ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହେବ । ବୈଠକରେ ମୋଦି ଆଗାମୀ ପାଞ୍ଚ ବର୍ଷ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିପାରନ୍ତି । ସେହିଭଳି ରାଷ୍ଟ୍ରମନ୍ତ୍ରୀ ମାନଙ୍କୁ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ବିଷୟରେ ଅବଗତ କରାଇପାରନ୍ତି । ମନ୍ତ୍ରୀ ପରିଷଦକୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ସରକାରଙ୍କର ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇପାରେ ।
ଏହି ବୈଠକ ପରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି ହେବାକୁ ଥିବା ଏହି ବୈଠକରେ ଦ୍ୱିତୀୟ ପାଳିରେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ସମସ୍ତ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ସେହିଭଳି ଲୋକମାନଙ୍କ ପାଖରେ କିଭଳି କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ପହଞ୍ଚି ପାରିବ ସେ ନେଇ ମଧ୍ୟ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ ।
ପୂର୍ବଥର ହୋଇଥିବା କିଛି ଗରୁତ୍ୱପୂର୍ଣ୍ଣ ବିଧେୟକର ବିଲ କିଭଳି ପାସ ହେବ ସେ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ । ସେହଭଳି ତିନ ତଲାକ ବିଲ କିଭଳି ରାଜ୍ୟସଭାରେ ପାସ ହେବ , ନିର୍ବାଚନ ସମୟରେ କୃଷକଙ୍କ ପାଇଁ ହୋଇଥିବା ଯୋଜନା କିଭଳି ପ୍ରଚଳିତ ହେବ ସେଥିନେଇ ଆଲୋଚନା ହେବ । କ୍ୟାବିନେଟ ବୈଠକ ଅପରାହ୍ନ ୪ ଟା ବେଳେ ହେବକୁ ଥିବା ବେଳେ ସନ୍ଧ୍ୟା ୫ ଟାରେ ମନ୍ତ୍ରୀ ପରିଷଦ ବୈଠକଅନୁଷ୍ଠିତ ହେବ