ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ବିବାଦ ମଧ୍ୟରେ ଶୁକ୍ରବାର ଅଚାନକ୍ ଲେହ ଗସ୍ତ କରିଛନ୍ତି । ଏହି ଅବସରରେ ଯବାନ ମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି କି, ସାରା ଦେଶ ଆପଣଙ୍କ ସହ ରହିଛି । ଭାରତୀୟ ସେନାଙ୍କ ପାଇଁ ହିଁ ସୀମା ସୁରକ୍ଷିତ । ଦେଶର ରକ୍ଷା ଆପଣମାନଙ୍କ ହାତରେ । କେବଳ ମୋର ନୁହେଁ ବରଂ ଆପଣଙ୍କ ଉପରେ ପୁରା ଦେଶର ବିଶ୍ୱାସ ରହିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଚିଫ୍ ଅଫ୍ ଷ୍ଟାଫ୍ ବିପିନ୍ ରାୱତ ଏବଂ ଆର୍ମି ଚିଫ୍ ଏମଏମ ନରଭଣେ ବି ଲେହ ଗସ୍ତ କରିଛନ୍ତି । ଲେହ ସ୍ଥିତ ନେମୁ ରେ ସ୍ଥଳ ସେନା ଏବଂ ବାୟୁସେନାର ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭେଟିବା ସହ ସେଠାକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ନର୍ଦନ ଆର୍ମି କମାଣ୍ଡର ଲେଫ୍ଟେିନେଣ୍ଟ ଜେନେରାଲ ୱାଇକେ ଯୋଶୀ, ଲେଫ୍ଟିନେଣ୍ଟ ଜେନେରାଲ ହରିନ୍ଦର ସିଂହ ବି ଉପସ୍ଥିତ ଥିଲେ ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଲେହ ର ୱାର ମେମୋରିଆଲ ହଲ୍ ଅଫ୍ ଫେମ୍ ପହଁଚି ଯବାନମାନଙ୍କୁ ଶ୍ରଦ୍ଧିଞ୍ଜଳୀ ଅର୍ପଣ କରିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ଲଦାଖ ଗ୍ରସ୍ତ ଆସିବାକୁ ଥିଲେ କିନ୍ତୁ ଅଚାନକ ତାଙ୍କ ଗସ୍ତ ବାତିଲ କରାଯାଇଥିଲା । ଏହାପରେ ଶୁଣିବାକୁ ମିଳୁଥିଲା କି ସିଡିଏସ ବିପିନ୍ ରାୱତ ଲେହ ଗସ୍ତ କରିବେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଅଚାନକ୍ ଲେହ ରେ ପହଁଚି ସମସ୍ତଙ୍କୁ ସର୍ପରାଇଜ୍ ଦେଇଛନ୍ତି ।