ନୂଆଦିଲ୍ଲୀ (ଏଟିଆର ବ୍ୟୁରେ): ଦେଶର କରୋନା ସଙ୍କଟ ବୃଦ୍ଧିକୁ ଦୃଷ୍ଟୀରେ ରଖି ଆଜି ପୁଣି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନସିଙ୍ଗ ଜରିଆରେ ଏହି ଆଲୋଚନା ହେବ । ଏଥିରେ କରୋନାର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହେବ ।
ମୁଖ୍ୟମନ୍ତ୍ରୀ ମାନଙ୍କ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଆଲୋଚନା ହେବ । ଏହାପୂର୍ବରୁ ସେ ଲକ୍ ଡାଉନ୍ ଘୋଷଣା କରିବାର ପୂର୍ବଦିନ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ସିଧା ଆଲୋଚନା କରିଥିଲେ ।
ଏହାସହିତ କରୋନା ସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇ ଥର ରାଷ୍ଟ୍ରକୁ ସମ୍ବଧିତ କରି ସାରିଲେଣି । ଏହାସହିତ ଲୋକଙ୍କୁ ଏହି ମହାମାରୀ ସମ୍ବନ୍ଧରେ ବୁଝାଇ ସାରିଲେଣି । ଏହାବ୍ୟତିତ କରୋନା ଭାଇରସକୁ ନେଇ ଅଲଗା ଅଲଗା କ୍ଷେତ୍ରର ଲୋକଙ୍କ ସହ ମୋଦି ଆଲୋଚନା କରିଛନ୍ତି । ଯେଉଁମାନେ ଜରୁରୀ ସେବା ତଥା ମେଡିକାଲ, ଗଣମାଧ୍ୟମ, ସମାଜସେବା ଆଦି କ୍ଷେତ୍ରରେ ସାମିଲ ଅଛନ୍ତି ।