ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ କାମ କରିବା ସହିତ ସେ କବିତା ମଧ୍ୟ ଲେଖନ୍ତି । ଏ କଥା ତ ଆପଣମାନେ ନିଶ୍ଚିତ ଜାଣିଥିବେ । କିନ୍ତୁ ନିକଟରେ ନରେନ୍ଦ୍ର ମୋଦି ଗୁଜୁରାତି ଭାଷାରେ ଏକ ଗୀତ ଲେଖିଛନ୍ତି । ଯାହାକୁ ନବରାତ୍ରୀ ଅବସରରେ ଜାରି କରାଯାଇଛି । ଏହି ଗୀତରେ କିଛି ଭିନ୍ନକ୍ଷମ ପିଲାମାନେ ଡ୍ୟାନ୍ସ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ଭାଇରାଲ ତ ହେଉନି ଭିନ୍ନକ୍ଷମ ପିଲାମାନଙ୍କର ପ୍ରତିଭା ଏବଂ ପ୍ରଧାନ ମନ୍ତ୍ରୀଙ୍କ ଟ୍ୟାଲେଣ୍ଟକୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି ।
ପ୍ରଧାନମନ୍ତ୍ରୀଙ୍କ ଏହି ଗୁଜୁରାତି ଗୀତରେ ଭିନ୍ନକ୍ଷମ ଝିଅମାନେ ଗରବା ଡ୍ୟାନ୍ସ କରିଛନ୍ତି । ଗୁଜୁରାଟରେ ଗରବା ଡ୍ୟାନ୍ସର ଖୁବ୍ ମହତ୍ୱ ରହିଛି । ନବରାତ୍ରୀ ଅବସରରେ ଗରବା ଏବଂ ଦାଣ୍ଡିଆ ନୃତ୍ୟ କରାଯାଏ । ପ୍ରଧାନ ମନ୍ତ୍ରୀ ଏହି ଗୀତରେ ଗରବା ନୃତ୍ୟକୁ ବର୍ଣ୍ଣନା କରିଛନ୍ତି ।
ରଙ୍ଗବେରଙ୍ଗର ଡ୍ରେସରେ ଦାଣ୍ଡିଆ ନୃତ୍ୟ କରୁଥିବାର ପିଲାମାନେ ବହୁତ ସୁନ୍ଦର ଦିଶୁଛନ୍ତି । ଏହି ଗୀତକୁ ନେଇ ଟ୍ୱିଟ୍ କରି ମୋଦି ଲେଖିଛନ୍ତି କି, ‘ଏହା ହୃଦୟକୁ ଛୁଇଁ ଗଲା । ଗରବା ଉତ୍ସାହକୁ ଏହି ପିଲାମାନେ ଜୀବତଚ କରିଦେଲେ । ଆଶା ସମସ୍ତଙ୍କର ନବରାତ୍ରୀ ସୁଖମୟ ହେବ ।’
Touched to see this.
The spirit of this Garba has been brought to life by these daughters!
Hope everyone's having a blessed Navratri. https://t.co/8JjwIJvdTL
— Narendra Modi (@narendramodi) October 13, 2018