ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜି୭ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଫ୍ରାନ୍ସରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ସେ ଜୈବ ବିବିଧତା,ସମୁଦ୍ର, ଜଳବାୟୁ ପରିବର୍ତ୍ତନ ଏବଂ ଡିଜିଟାଲ ପରିବର୍ତ୍ତନ ଭଳି ବୈଷୟିକ ପ୍ରସଙ୍ଗ ଉପରେ ସମ୍ବୋଧିତ କରିବେ । ଏନେଇ ଭାରତୀୟ ମନ୍ତ୍ରାଳୟର ପ୍ରବକ୍ତା ରବିଶ୍ କୁମାର ଟ୍ୱିଟ୍ କରି କହିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି କି, ପ୍ରଧାନମନ୍ତ୍ରୀ ମୋଦି ଜି୭ ସମ୍ମିଳନୀରେ ସାମିଲ ହେବା ସହିତ ବୈଷୟିକ ନେତାଙ୍କ ସହିତ ଦ୍ୱିପାକ୍ଷୀୟ ଆଲୋଚନା ମଧ୍ୟ କରିବେ । ଏହାସହିତ ଏହି ସମ୍ମିଳନୀରେ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କାଶ୍ମୀରର ସ୍ଥିତି, ବାଣିଜ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି କୁହାଯାଉଛି ।
ଜି୭ ସମ୍ମିଳନୀରେ ଭାରତ ଅଂଶୀଦାର ନୁହେଁ । କିନ୍ତୁ ଫ୍ରାନ୍ସର ବିଅରିଜ୍ୟ ରେ ୨୫ ରୁ ୨୬ ଅଗଷ୍ଟରେ ଚାଲୁଥିବା ଏହି ସମ୍ମିଳନୀରେ ଖାସ କରି ମୋଦି ନିମନ୍ତ୍ରଣ କରିଛନ୍ତି ଫ୍ରାନ୍ସିସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋଂ । ଏନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି ଏହା ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ତାଳମେଳ ଏବଂ ଭାରତକୁ ବଡ ଆର୍ଥିକ ଶକ୍ତି ରୂପେ ମାନ୍ୟତା ଦିଆଯାଉଥିବାକୁ ଦର୍ଶାଉଛି ।