ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣ ବେଳେ ସୁଟିଂରେ ବ୍ୟସ୍ତ ଥିଲେ ବୋଲି ପୁଣି ଅଭିଯୋଗ ଦୋହରାଇଲା କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋ ମେନ ଭରସେସ ୱାଇଲ୍ଡ ରେ ନଜର ଆସିବେ । ଯାହାକୁ ନେଇ ମୋଦିଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଛି । ଏହି ସୋର ଟ୍ରିଜର ଏବେ ରିଲିଜ ହେବା ପରେ ବିବାଦ ମୁଣ୍ଡ ଟେକିଛି । କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଛି । କଂଗ୍ରେସ ଅଭିଯୋଗ କରିଛି ଫେବୃଆରୀ ୧୪ ରେ ହୋଇଥିବା ପୁଲୱାମା ହମଲା ସମୟରେ ମୋଦି ଏହି ଶୋ ସୁଟିଙ୍ଗରେ ବ୍ୟସ୍ତ ଥିଲେ ।
କଂଗ୍ରେସ ଆହୁରି ମଧ୍ୟ କହିଛି ଶୋ କରୁଥିବା ସସ୍ଥା ତାର ସୁଟିଙ୍ଗର ବିବରଣୀ ସ।।ର୍ବଜନୀନ କଲେ ସ୍ପଷ୍ଟ ହେବ ହମଲା ଦିନ ମୋଦି କେତେ ସମୟ ସୁଟିଂ କରିଥିଲେ । କଂଗ୍ରେସ ବରିଷ୍ଠ ନେତା ସଂସଦ ଭବନରେ କହିଛନ୍ତି ପୁଲୱାମା ହମଲା ଦିନ କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସୁଟିଙ୍ଗରେ ବ୍ୟସ୍ତ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଡିସକୋଭରି ଚ୍ୟାନେଲ ଏହି ଦିନର ସୁଟିଂ ବିବରଣୀ ସାର୍ବଜନୀନ କଲେ ମୋଦି ସେ ସମୟରେ କେଉଁଠି ଥିଲେ ଜଣା ପଡିବା ସହିତ ତାଙ୍କର ସେଦିନର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ମିଳି ପାରିବ । ସେହିଭଳି ମହେବୁବା ମୁପ୍ତି ଟ୍ୱିଟ କରି ନିନ୍ଦା କରିଛନ୍ତି ।
At the risk of sounding repetitive, the PM surely is a pioneer in innovative PR skills that seem to strike a chord with every generation. https://t.co/VdW1fbWcCY
— Mehbooba Mufti (@MehboobaMufti) July 29, 2019
ସୂଚନାଯୋଗ୍ୟ ଡିସକୋଭରି ଶୋ ମେନ ଭରସେସ ୱାଇଲ୍ଡ ରେ ଏକ ଶୋରେ ନଜର ଆସିବେ ମୋଦି । ଯେଉଁ ଶୋ ଆସନ୍ତା ଅଗଷ୍ଟ ୧୨ ତାରିଖରେ ପ୍ରସାରିତ ହେବ । । ଡିସକୋଭରି ଚ୍ୟାନେଲର ଏହି ଶୋ ୧୮୦ରୁ ଅଧିକ ଦେଶରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । ପୂର୍ବରୁ ୪୫ ସେକେଣ୍ଡରେ ରିଲିଜ ହୋଇଥିବା ଟ୍ରିଜରରେ ମୋଦି ଜଙ୍ଗଲରେ ବୁଲୁଥିବା ନଜର ଆସିଥିଲେ । ସେହିଭଳି ଶୋକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ‘ ବହୁ ବର୍ଷ ଧରି ମୁଁ ଜଙ୍ଗଲ ପହାଡରେ ରହିଛି । ବିତାଇ ତିବା ସେହି ଦିନ ସବୁ ମୋ ଜୀବନରେ ବହୁତ ପ୍ରଭାବ ପକାଇଛି । ତେଣୁ ଯେବେ ମୋତେ ଏହି ଶୋ ରେ ଭାଗ ନେବା ପାଇଁ ସୁଯୋଗ ମିଳିଥିଲା ମୁଁ ଏହାକୁ ସ୍ୱାଗତ କରିଥିଲି ।