ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିବାର ଜଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଏକ୍ସପ୍ରେସ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ପରିଯୋଜନା ମଧ୍ୟରୁ ଅନ୍ୟତମ । ଯାହାର ଶିଳାନ୍ୟାସ ଦୁଇ ବର୍ଷ ପୂର୍ବରୁ କରାଯାଇଥିଲା ।
୨୦୨୦ ମସିହା ଫେବୃଆରୀ ମାସରେ ଏକ୍ସପ୍ରେସୱେର ଶିଳାନ୍ୟାସ କରିଥିଲେ ମୋଦି । ଯାହାକୁ ୨୦୨୩ ମସିହା ଫେବୃଆରୀ ମାସ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ହିଁ ଏହାକୁ ଶେଷ କରାଯାଇଛି ।