ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ‘ଭାରତ କି ଲକ୍ଷ୍ମୀ’ରେ ଖୁବଶୀଘ୍ର ଦୀପିକା ପାଦୁକୋନ ପ୍ରତିନିଧିତ୍ୱ କରୁଥିବାର ନଜର ଆସିବେ । ଏଥିରେ ତାଙ୍କ ସହ ବ୍ୟାଟମିଣ୍ଟନ ଖେଳାଳି ପି.ଭି. ସିନ୍ଧୁଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେପଟେ ଦୀପିକା ପାଦୁକୋନ ଓ ପି.ଭି. ସିନ୍ଧୁ ନିଜ ନିଜ ସୋସିୟାଲ ମିଡିଆ ଆକାଉଣ୍ଟରେ ଏନେଇ ପ୍ରସ୍ତୁତ ଏକ ଭିଡିଓ ସେୟାର କରିଛନ୍ତିି । ଏହି ଭିଡିଓରେ ଦୁହେଁ ପ୍ରଧାନମନ୍ତ୍ରୀ ଙ୍କ ଅଭିଯାନ ବାବଦରେ କହୁଥିବା ଦେଖିବାକୁ ମିଳୁଛି । ଏହାର ଉଦ୍ୟେଶ ଦେଶବ୍ୟାପି ମହିଳାମାନଙ୍କ ଦ୍ୱାରା କରାଯାଉଥିବା ପ୍ରଶଂସନୀୟ କାର୍ଯ୍ୟକୁ ସାମ୍ନାକୁ ଆଣିବା ।
ଦୀପିକା ଓ ସିନ୍ଧୁଙ୍କ ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିକ୍ରିୟା ରଖିଛନ୍ତିି । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି , ଭାରତର ନାରୀ ଶକ୍ତି ପ୍ରତିଭା , ତପ , ଦୃଢ ସଂକଳ୍ପର ପ୍ରତୀକ ଅଟନ୍ତି । ସେ ଆହୁରୀ ମଧ୍ୟ ଲେଖିଛନ୍ତି କି, ଆମ ସମାଜ ସବୁ ବେଳେ ଆମକୁ ମହିଳା ସଶକ୍ତିକରଣ ପାଇଁ ପ୍ରୟାସ କରିବାକୁ ଶିଖାଇଥାଏ । ଏହି ଭିଡିଓ ମାଧ୍ୟମରେ ପି. ଭି. ସିନ୍ଧୁ ଓ ଦୀପିକା ପାଦୁକୋନ ‘ଭାରତ କି ଲକ୍ଷ୍ମୀ’ର ଉତ୍ସବ ମନାଇବାକୁ ଉପଦେଶ ଦେଇଛନ୍ତି ।
India’s Nari Shakti epitomises talent and tenacity, determination and dedication.
Our ethos has always taught us to strive for women empowerment.
Through this video, @Pvsindhu1 and @deepikapadukone excellently convey the message of celebrating #BharatKiLaxmi. https://t.co/vE8sHplYI3
— Narendra Modi (@narendramodi) October 22, 2019
ଅପରପକ୍ଷେ ଦୀପିକା ପାଦୁକନ ଏହି ଭିଡିଓ ସେୟାର କରି ଲେଖିଛନ୍ତ କି, ଏହି ଦୀପାବଳିରେ ଆମେ ଆମ ଦେଶର ମହିଳାଙ୍କର ଯୋଗଦାନ ଓ ଉପଲବ୍ଧିକୁ ସାମ୍ନାକୁ ଆଣିବା ସହ ଉତ୍ସବ ମନାଇବା ।