ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଗୁଡ୍ ଫ୍ରାଇଡେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଯୀଶୁଙ୍କୁ ମନେ ପକାଇ ସମସ୍ତ ଖ୍ରୀଷ୍ଟିଆନ୍ ଭାଇ ଓ ଭଉଣୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଇଶାଇ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୁଡ୍ ଫ୍ରାଇଡେ ଅନ୍ୟତମ ।
ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ଅନ୍ୟର ସେବାରେ ପ୍ରଶୁ ଯୀଶୁ ନିଜର ପ୍ରାଣ ତ୍ୟାଗ କରିଥିଲେ । ତାଙ୍କର ବିରତ୍ୱ, ସାହାସ, ସତ୍ୟତା ସର୍ବଦା ବଳବତ୍ତର ଥିଲା ଏବଂ ତାଙ୍କର ନ୍ୟାୟିକ ଭାବନା ମଧ୍ୟ ସେହିଭଳି ଥିଲା । ଗୁଡଫ୍ରାଇଡେ ଅବସରରେ ଆମେ ତାଙ୍କୁ ଏବଂ ସତ୍ୟ ପ୍ରତି ତାଙ୍କର ସମର୍ପଣ, ସେବା ଏବଂ ନ୍ୟାୟକୁ ସ୍ମରଣ କରୁଛୁ ।
Lord Christ devoted his life to serving others. His courage and righteousness stand out and so does his sense of justice.
On Good Friday, we remember Lord Christ and his commitment to truth, service and justice.
— Narendra Modi (@narendramodi) April 10, 2020
ଇଶାଇ ଧର୍ମ ଗ୍ରନ୍ଥ ଅନୁସାରେ ଯୀଶୁଙ୍କର କୌଣସି ଦୋଷ ନଥିଲା ତାପରେ ବି ତାଙ୍କୁ ପାପି ଏବଂ ଅତ୍ୟାଚାରୀମାନେ କ୍ରସରେ ଲଟକାଇ ମୃତ୍ୟୁ ଦଣ୍ଡ ଦେଇଥିଲେ ।