ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଚ୍ଚୋଟ କରଦାତାଙ୍କୁ ମିଳିବ ପୁରସ୍କାର । ସଚ୍ଚୋଟ ରେ କର ପଇଠ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ ଯୋଜନା’ ର ଶୁଭାରମ୍ଭ କରିବେ । ଭିଡିଓ କନଫରେନସିଂ ମାଧ୍ୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଅର୍ଥ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ଏବଂ କାର୍ଯ୍ୟ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି , ଆୟକର ବିଭାଗର ଅଧିକାରୀ ଏବଂ ପଦାଧିକାରୀଙ୍କ ବ୍ୟତିତ ବିଭିନ୍ନ ବାଣିଜ୍ୟ ମଣ୍ଡଳ, ବ୍ୟବସାୟୀ ସଂଘ ଏବଂ ଚାର୍ଟାଡ ସଂଘ ସମେତ ଜଣା ଶୁଣା କରଦାତା ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ପାରଦର୍ଶି କରାଧାନ-ସଚ୍ଚୋଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପ୍ଲାଟଫର୍ମ ଲଞ୍ଚ କରିବେ ତାହା ପ୍ରତ୍ୟକ୍ଷ କର ସୁଧାରକଙ୍କ ଯାତ୍ରାକୁ ଆହୁରୀ ଆଗକୁ ନେବ ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିକଟରେ ଅନେକ ପ୍ରମୁଖ ବା ବଡ କର ସୁଧାର ଲାଗୁ କରିଛନ୍ତି । ଗତବର୍ଷ କର୍ପୋରେଟ କର ର ଦର କୁ ୩୦ ପ୍ରତିଶତ ହ୍ରାସ କରି ୨୨ ପ୍ରତିିଶତ କରି ଦିଆଗଲା ଏବଂ ନୂତନ ବିନିର୍ମାଣ ୟୁନିଟ ପାଇଁ ଏହି ଦର କୁ ଆହୁରି ଅଧିକ ହ୍ରାସ କରି ଦିଆଯାଇଛି । ଲାଭାଂଶ ବିତରଣ କର କୁ ବି ହଟାଇ ଦିଆଯାଇଛି ।
କର ସୁଧାର ଅନୁଯାୟୀ କର ର ଦର କମ କରିବା ଏବଂ ପ୍ରତ୍ୟକ୍ଷ କର ଆଇନ ର ସରଳୀକରଣ ଉପରେ ଫୋକସ ରହିଛି । ଆୟକର ବିଭାଗର କାର୍ଯ୍ୟକାରୀ ଦକ୍ଷତା ଏବଂ ପାରଦର୍ଶିତା ଆଣିବା ପାଇଁ ବି ସିବିଡିଟି ଦ୍ୱାରା ଅନେକ ସୂତ୍ରପାତ କରାଯାଇଛି । ଦୀର୍ଘଦିନର କର ବିବାଦ ର ସମାଧନ ପ୍ରଦାନ କରିବା ଉଦ୍ଦ୍ୟେଶରେ ଆୟକର ବିଭାଗ, ପ୍ରତ୍ୟକ୍ଷ କର ‘ବିବାଦ ରୁ ବିଶ୍ୱାସ ଅଧିନିୟମ,୨୦୨୦’ ପ୍ରସ୍ତୁତ କରାଯାଇଛି ।