ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ୱଚ୍ଛତା ସବେକ୍ଷଣ ର ପଞ୍ଚମ ସଂସ୍କରଣ ‘ସ୍ୱଚ୍ଛ ସର୍ବେକ୍ଷଣ୨୦୨୦’ ର ଫଳାଫଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବେ । କେନ୍ଦ୍ରୀୟ ଆବାସ ଏବଂ ସହର କାର୍ଯ୍ୟ ମନ୍ତ୍ରାଳୟ ର ପ୍ରବକ୍ତା ରାଜିବ ଜୈନ କହିଛନ୍ତି କି , ଏହି ସର୍ବେକ୍ଷଣରେ ୪୨୪୨ ସହର, ୬୨ ଛାଉଣୀ ବୋର୍ଡ ଏବଂ ଗଙ୍ଗାନଦୀ କୂଳ ସ୍ଥିତ ୯୨ ନଗର ର ୧.୮୭ କୋଟି ନାଗରିକ ଭାଗ ନେଇଛନ୍ତି । ଏହାସହିତ ଏହି ସ୍ୱଚ୍ଛ ମହୋତ୍ସବ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ସହର ଏବଂ ରାଜ୍ୟକୁ ମୋଟ ୧୨୯ ଟି ପୁରସ୍କାର ଦିଆଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଙ୍ଗ ଜରିଆରେ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ-ସହରୀ ର ବଛାବଛା ସଫେଇକର୍ମୀଙ୍କ ସହ ଆଲୋଚନା କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦’ ର ଫଳାଫଳ ବି ଘୋଷଣା କରିବେ । ମନ୍ତ୍ରାଳୟର କହିବାନୁଯାୟୀ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଅଭିଯାନ ୨୮ ଦିନ ପୁରା ହୋଇଛି । ସ୍ୱଚ୍ଛତା ଆପ୍ ରେ ୧.୭ କୋଟି ନାଗରିକ ନିଜର ପଞ୍ଜିକରଣ କରିଛନ୍ତି । ସୋସିଆଲ ମିଡିଆରେ ଏହାକୁ ୧୧ କୋଟି ରୁ ଅଧିକ ଥର ଦେଖା ହୋଇଛି ଏବଂ ୫.୫ ଲକ୍ଷ ରୁ ଅଧିକ ସଫେଇ କର୍ମଚାରୀ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଯୋଡିହୋଇଛନ୍ତି ।