ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ରେୱା ସ୍ଥିତ ଏସିଆର ସବୁଠାରୁ ବଡ ସୋଲାର ପାୱର ପ୍ଲାଣ୍ଟ ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଙ୍ଗ ଦ୍ୱାରା ମୋଦି ଏହି ପ୍ଲାଣ୍ଟର ଶୁଭାରମ୍ଭ କରିଛନ୍ତି । ମଧ୍ୟପ୍ରଦେଶର ରେୱାରେ ୭୫୦ ମେଗାୱାଟ ର ସୌର ଶକ୍ତି ପରିଯୋଜନା ଆରମ୍ଭ କରାଯାଉଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଅଜି ରିୱା ପ୍ରକୃତରେ ଏକ ଇତିହାସ ରଚିଲା । ମା ନର୍ମଦାଙ୍କ ନାମରୁ ଏବଂ ଧଳା ବାଘ ପାଇଁ ଜଣା ଯାଉଥିଲା ରେୱା । କିନ୍ତୁ ଏବେ ଏଥିରେ ଏସିଆର ସବୁଠାରୁ ବଡ ସୋଲାର ପାୱରର ନାମ ବି ଯୋଡି ହୋଇଗଲା । ରେୱାର ଏହି ସୋଲାର ପ୍ଲାଣ୍ଟ ପୁରା ଅଞ୍ଚଳକୁ ଏହି ଦଶକରେ ଶକ୍ତିର ବହୁତ ବଡ କେନ୍ଦ୍ର ଭାବେ ସହାୟକ ହେବ । ଏହି ସୋଲାର ପ୍ଲାଣ୍ଟ ଦ୍ୱାରା ମଧ୍ୟପ୍ରଦେଶର ଲୋକଙ୍କୁ ଏବଂ ଶିଳ୍ପକ୍ଷେତ୍ରକୁ ବିଦ୍ୟୁତ ମିଳିବ । ଏହାସହିତ ଦିଲ୍ଲୀ ମେଟ୍ରୋ ଟ୍ରେନ୍ ପର୍ଯ୍ୟନ୍ତ ଏହାର ଫାଇଦା ହେବ ।
ଏନେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ସୂଚନା ଦେଇଥିଲେ । ସେ ଟ୍ୱିଟ କରି କହିଥିଲେ କି, ଜୁଲାଇ ୧୦ ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ରେୱାରେ ୭୫୦ ମେଗାୱାଟର ସୌର ପରିଯୋଜନା ଉଦଘାଟନ କରିବି । ଏହି ସୌର ପରିଯୋଜନା ୨୦୨୨ ପର୍ଯ୍ୟନ୍ତ ନବୀକରଣ ଶକ୍ତି କ୍ଷମତା ବଢାଇବାରେ ଆମ ପ୍ରତିବଦ୍ଧତାକୁ ଗତି ପ୍ରଦାନ କରୁଛି ।