ଏଟିଆର ବ୍ୟୁରୋ: ୫୮ତମ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ ହେବେ ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ଓ ସଂସ୍କତୃ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଏନେଇ ଜ୍ଞାନପୀଠ ଚୟନ ପକ୍ଷରୁ ଘୋଷଣା କରାଯାଇଛି ।
କମିଟି ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ୨୦୨୩ ବର୍ଷ ପାଇଁ ଦୁଇଟି ଭାଷାର ଦୁଇ ଜଣ ପ୍ରସିଦ୍ଧ ଲେଖକଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି । ସେମାନେ ହେଲେ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ଓ ସଂସ୍କତୃ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ।