ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁପି ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପାଇଁ ୧୦୦ ରୁ ଅଧିକ ମୃତ୍ୟୁ ଘଟଣାରେ ଏବେ ବଡ ଖୁଲାସା ହୋଇଛି । ଗାଁରେ ରେକ୍ଟିଫାୟାର ନାଁରେ ଏକ ରାସାୟନିକ ପଦାର୍ଥ ମଦକୁ ଅଧିକ ମାତ୍ରାରେ ନିଶାଶକ୍ତ କରିଥାଏ । ଏହି ରାସାୟନିକ ପଦାର୍ଥର ପରିମାଣ ଅଧିକ ହୋଇଯିବା ଫଳରେ ଏହା ବିଷରେ ପରିଣତ ହୋଇଯାଏ ବୋଲି କୁହାଯାଉଛି । ଏହି ପଦାର୍ଥକୁ ୟୁପିର ଏକ ଏଜେଣ୍ଟ ବାଲ୍ଲୁପୁର ସମତେ ଆଖପାଖ ଅଞ୍ଚଳରେ ଥିବା ଗାଁକୁ ଯୋଗାଇ ଦେଇଥାଏ ବୋଲି ଜାଣିବାକୁ ମିଳିଛି । ଗାଁ ଲୋକଙ୍କ କହିବାନୁସାରେ ମଦରେ ରାସାୟନିକ ପଦାର୍ଥ ଅଧିକ ହୋଇଯିବାରୁ ଏହା ବିଷରେ ପରିଣତ ହୋଇ ଅନେକ ଲୋକଙ୍କ ଜୀବନ ନେଇଛି ।ବିଷାକ୍ତ ମଦ ଅଭିଯୁକ୍ତକୁ ପୋଲିସ୍ ଧରିବା ସହ ଏହି ମାମଲାର ଖୁଲାସ କରିଛି । କିନ୍ତୁ ମଦକୁ ବିଷରେ ପରିଣତ କରିବାର କାମ କିଏ ଏବଂ କେଉଁ ଉପାୟରେ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ରିପୋର୍ଟ ଅନୁଯାୟୀ, ରେକ୍ଟିଫାୟର ଏଭଳି ଏକ ରାସାୟନିକ ପଦାର୍ଥ, ଯେଉଁଥିରେ ୧୦୦ ପ୍ରତିଶତ ଆଲକୋହଲ ଥାଏ । କୁହାଯାଉଛି କି ଗୋଟେ ବୋତଲ ରାସାୟନିକ ପଦାର୍ଥରୁ ୨୦ ବୋତଲ ମଦ ପ୍ରସ୍ତୁତ ହୋଇଥାଏ । ଗ୍ରାମୀଣ ଲୋକଙ୍କ କହିବାନୁଯାୟୀ ମଦ ମାଫିଆ ମଦ ତିଆରି କଲା ବେଳେ ଅଧିକ ନିଶାଶକ୍ତ କରିବା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର କରିଥାନ୍ତି ।
ବାଲ୍ଲୁପୁର, ଭଲସ୍ୱାଗାଜ ଏବଂ ବିଂଡୁଖଡକ ଗାଁରେ ଥିବା ପାଖାପାଖି ଏକ ହଜାର ଲୋକ ପ୍ରତ୍ୟେକ ଦିନ ମଦ ପିଇବାର ଅଭ୍ୟସ୍ତ । ଯେତେବେେଳେ ସେମାନଙ୍କ ପାଖରେ ଟଙ୍କା ନଥାଏ ସେମାନେ ଘରୁ ଧାନ ଚାଉଲ ନେଇ ଦୋକାନରେ ଦେଇ ତା ବଦଳରେ ମଦ ଆଣିଥାନ୍ତି ।
ଗତ ତିନି ଦିନ ମଧ୍ୟରେ ୟୁପି ଏବଂ ଉତ୍ତରାଖଣ୍ଡର ଗାଁରେ ଲଗାତର ଭାବେ ଚିତା ଜଳି ଚାଲିଛି । ବିଷାକ୍ତ ମଦ ମାମଲାରେ ଚାରିଆରେ ଚାପ ପଡିବା ପରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରାକାରଙ୍କ ପକ୍ଷରୁ ବାଟ ଖୋଜାଯାଉଛି ।
ଏହି ମାମଲରେ ରବିବାର ଦିନ ଅବକାରୀ ମନ୍ତ୍ରୀ କହିଛନ୍ତି କି, ମାମଲାକୁ ନେଇ ସରକାର ସମ୍ପୂର୍ଣ୍ଣ ଭାବେ ଗମ୍ଭୀର । ହରିଦ୍ୱାର,ସହାରନପୁର ଏବଂ କୃଷିନଗରର ଅଞ୍ଚଳରେ ମିଳିତ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ତଦନ୍ତ ଜାରି ରହିଛି ।