ଶ୍ରୀନଗର (ଏଟିଆର ବ୍ୟୁରୋ): ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ପରେ ସେଠାକାର ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ଅଗଷ୍ଟ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଅନେକ ଜମ୍ମୁ କାଶ୍ମୀର ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ତେବେ ଆଜି ପୂର୍ବତନ ବାଚସ୍ପତି ମୁବାରକ ଗୁଲ ଏବଂ ନ୍ୟାଶନାଲ କନଫରେନସର ନେତା ତନଭୀର ସାଦିକଙ୍କୁ ଗୃହବନ୍ଦୀ ମୁକ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜାମ୍ମୁ କାଶ୍ମୀର ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିବା ବେଳେ ଏବେ କିଛି ସର୍ତ୍ତ ଆଧାରରେ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତି କରିଛନ୍ତି କେନ୍ଦ୍ର ସରକାର ।
ତେବେ ଏହି କ୍ରମରେ ଆଜି ପ୍ରଶାସନ ପକ୍ଷରୁ ଦୁଇ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତି କରାଯାଇଛି । ଏହି ଦୁଇନେତା ଶ୍ରୀନଗରସ୍ଥିତ ଏମଏଲଏ ହୋଟେଲରେ ଗୃହବନ୍ଦୀ ଭାବରେ ରହୁଥିଲେ । କିଛିଦିନ ପୂର୍ବେ ପିପୁଲ କନଫରେନସର ସଭାପତି ସଇଦି ଲୋନ ଏବଂ ପିଡିପେ ନେତା ୱାହିଦ ପରାଙ୍କୁ ଜେଲରୁ ଛଡିଦେଇଥିଲା ପୋଲିସ । ତେବେ ଅଗଷ୍ଟ ୪ରୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ଗୁରୁବାର ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସେମାନେ ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ ଲାଗୁ ହୋଇଛି। ଏହାର ଅର୍ଥ ପ୍ରଶାସନ ପିଏସଏ ବଳରେ ଅଟକ ରହୁଥିବା ଲୋକଙ୍କୁ ୨ ବର୍ଷ ଯାଏ ନ୍ୟାୟିକ ପ୍ରକ୍ରିୟା ସାମିଲ କରିବ ନାହିଁ। ଅର୍ଥାତ ୨ ବର୍ଷ ଯାଏ ବିନା ଶୁଣାଣିରେ ଏମାନେ ଗୃହବନ୍ଦୀ ହୋଇ ରହିବେ।