ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଦିଲ୍ଲୀରେ ତୈଳ ବ୍ୟାପାର ଠପ । ବନ୍ଦ ରହିଛି ପେଟ୍ରୋଲ, ଡିଜେଲ ଓ ସିଏନଜି ପମ୍ପ । ବନ୍ଦ ରହିଛି ବାଇକ, ଟ୍ୟାକ୍ସି ଠାରୁ ଆରମ୍ଭ କରି ବହୁ ଯାନବାହାନ ଚଳାଚଳ । ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦର ବଢୁଥିବାରୁ ଏହାର ପତିବାଦରେ ଆଜି ଦିଲ୍ଲୀର ସମସ୍ତ ପେଟ୍ରୋଲ , ଡିଜେଲ ଓ ସିଏନଜି ପମ୍ପ ଗୁଡିକ ବନ୍ଦ ରହିଛି । କେଜ୍ରିୱାଲ୍ ସରକାର ଙ୍କୁ ଟାର୍ଗେଟ କରାଯାଇ ଏହି ବନ୍ଦ ଡାକରା ଦେଇଛି ଦିଲ୍ଲୀ ପେଟ୍ରୋଲ ଡିଲର୍ସ ଆସୋସିଏସନ୍ (ଡିପିଡିଏ) ।
କେଜ୍ରିୱାଲ୍ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ ନ କରିବାରୁ ଏହାର ପ୍ରତିବାଦରେ ଦିଲ୍ଲୀର ପାଖାପାଖି ୪୦୦ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ଦିଲ୍ଲୀ ପେଟ୍ରୋଲ ଡିଲର୍ସ ଆସୋସିଏସନ୍ (ଡିପିଡିଏ) କହିଛି । ତେବେ ସେଥିରେ ସିଏନଜି ଷ୍ଟେଷନ ମଧ୍ୟ ସାମିଲ ରହିଥିବା ଜଣାପଡିଛି । ସବୁଠାରୁ ବଡ କଥା ଯେ ,ଏହି ବନ୍ଦ ୨୩ ଘଣ୍ଟିଆ ବୋଲି ଡାକରା ଦିଆଯାଇଛି । ଆଜି ସକାଳ ୬ ଟା ସମୟରୁ ଆସନ୍ତା କାଲି ସକାଳ ୫ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବା ବୋଲି ଜଣାପଡିଛି ।
ସେପଟେ ଏହାର ପ୍ରଭାବରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷ କରି ସିଏନଜି ଗ୍ୟାସରେ ଚାଳିତ ଟ୍ୟାକ୍ସି ଗୁଡିକ ହଇରାଣ ହେଉଛନ୍ତି । ପୂର୍ବରୁ ବନ୍ଦର ସୂଚନା ନଥିବା କାରଣରୁ ସେମାନେ ହଇରାଣ ହେଉଛନ୍ତି ଅଟୋ ଚାଳକ କହିଛନ୍ତି । ଗାଡିରେ ତେଲ ନଥିବାରୁ ସେମାନଙ୍କର ବେପାରରେ ବାଧା ଉପୁଜୁଛି ବୋଲି କେତେ ଚାଳ କ କହିଛନ୍ତି ।