ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସର୍ଭିସ୍ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟି ସହ ଜଡିତ ପୁରୁଣା ବିବାଦ ସମାଧାନ କରିବା ପାଇଁ ଗତ ବର୍ଷ କେନ୍ଦ୍ର ସରକାର ପକ୍ଷରୁ ଏକ ସ୍କିମ୍ ଲଞ୍ଚ କରାଯାଇଥିଲା । ୨୦୧୯ ମସିହା ସେପ୍ଟମ୍ବର ମାସରେ ଲାଗୁ କରାଯାଇଥିବା ‘ସବକା ବିଶ୍ୱାସ’ ସ୍କିମ୍ ର ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ ଥିଲା, କିନ୍ତୁ ପରେ ଏହାର ସମୟ ସୀମାକୁ ସରକାରଙ୍କ ପକ୍ଷରୁ ବଢାଯାଇ ୧୫ ଜାନୁଆରୀ ୨୦୨୦ କରାଯାଇଥିଲା । ଯଦି ଆପଣଙ୍କର ଏଭଳି କିଛି ସମସ୍ୟା ଅଛି ତେବେ ଏହାକୁ ତୁରନ୍ତ ସମାଧାନ କରନ୍ତୁ । କାରଣ ଆପଣଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ଅଛି ।
ନୂତନ ବର୍ଷର ଆରମ୍ଭରୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, କରଦାତାଙ୍କ ଦ୍ୱାରା ଏହି ଯୋଜନା ପ୍ରତି ସେମାନଙ୍କ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନାର ଅନ୍ତିମ ତିଥିକୁ ୧୫ ଦିନ ପାଇଁ ବଢାଇଥିଲେ । ଏହି ଅବସରରେ ସରକାର ସ୍ପଷ୍ଟ କରାଇଥିଲେ କି କରଦାତାଙ୍କ ରୁଚିକୁ ଦୃଷ୍ଟିରେ ରଖି ଏହି ବିସ୍ତାର କେବଳ ଗୋଟେ ଥର ପାଇଁ କରାଯାଇଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବଜେଟ୍ ରେ ଏହି ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ସେବା କର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସହ ଜଡିତ ପୁରୁଣା ବିବାଦୀୟ ମାମଲାକୁ ସମାଧନ କରିବା ପାଇଁ ଅଣାଯାଇଛି । ଯୋଜନାର ନାଁ ‘ସବକା ବିଶ୍ୱାସ’ ଯୋଜନା ୨୦୧୯ ରଖାଯାଇଛି । ସେପ୍ଟମ୍ବର ୨୦୧୯ ରେ ଏହି ଯୋଜନା ଲାଗୁ ହୋଇଥିଲା । ଏବେ ଏହି ଯୋଜନାକୁ ସରକାର ବନ୍ଦ କରିବାକୁ ଯାଉଛନ୍ତି ।