ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଥରକ ଲୋକସଭାର ପ୍ରଥମ ପଂକ୍ତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ପାଞ୍ଚ ଜଣ ଲୋକସଭା ସାଂସଦ ଯେଉଁମାନେ ପ୍ରଥମ ପଂକ୍ତିରେ ବସୁଥିଲେ ଏଥରକ ସେମାନଙ୍କୁ ଦେଖିବାକୁ ମିଳିବ ନାହିଁ, ଏହାର କାରଣ ସେମାନେ ଏଥରକ ନିର୍ବାଚନ ଲଢି ନାହାଁନ୍ତି କିମ୍ବା ବିଜୟ ହୋଇ ନାହାଁନ୍ତି । ସେହିପରି ପ୍ରଥମ ପଂକ୍ତିରେ ଏନଡିଏ ସିଟ୍ ଆଗରେ ରହିଛି । ପ୍ରଥମ ପଂକ୍ତିର ସିଟ୍ ଗୁଡିକ ଲୋକସଭା ବାଚସ୍ପତିଙ୍କ ପାଖାପାଖି ରହିଥାଏ । କଂଗ୍ରେସ କୋଟା ଦ୍ୱିତୀୟ ସ୍ଥାନରେ ରହିଛି କାରଣ କେବଳ ୫୨ ସିଟ୍ ରେ କଂଗ୍ରେସ ବିଜୟ ହାସଲ କରିଛି । ମାତ୍ର ଗତ ନିର୍ବାଚନ ମୁକାବିଲାରେ ୮ଟି ସିଟ୍ ଅଧିକ ରହିଛି ।
ପୂର୍ବ ପ୍ରଧାନମନ୍ତ୍ରୀ ଏଚଡୀ ଦେବଗୌଡା, ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, କଂଗ୍ରେସ ନେତା ପ୍ରତିପକ୍ଷ ମଲ୍ଲିକାର୍ଜୁଲ ଖଡଗେ ଏବଂ ବିଜେପି ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଆଦିଙ୍କୁ ଲୋକସଭାର ପ୍ରଥମ ପଂକ୍ତିରେ ଦେଖିବାକୁ ମିଳିବ ନାହିଁ ।
ଏନେଇ ଲୋକସଭାର ଜଣେ ବରିଷ୍ଠ ନେତା କହିଛନ୍ତି କି , ‘ପ୍ରଥମ ପଂକ୍ତି ସିଟ୍ ପ୍ରାୟତଃ ବରିଷ୍ଠ ସାଂସଦ ଏବଂ ବିଭିନ୍ନ ଦଳର ନେତା ପ୍ରତିପକ୍ଷକୁ ବଣ୍ଟାଯାଇଥାଏ । ଯଦି ସେମାନେ ଦ୍ୱିତୀୟ ଥର ବଛା ଯାଉଛନ୍ତି ତେବେ ଶିଷ୍ଟାଚାର ହିସାବରେ ପ୍ରଥମ ପଂକ୍ତିରେ ପ୍ରଧାନମନ୍ତ୍ରୀଙ୍କୁ ସିଟ୍ ଦିଆଯାଇଥାଏ । ଏହାବ୍ୟତିତ ପ୍ରଥମ ପଂକ୍ତିର କୋଟା ଦଳର ଦୃଢତା ଉପରେ ନିର୍ଭର କରିଥାଏ’ ।
ସେପଟେ ଲୋକସଭାରେ ଆହୁରୀ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାର କାରଣ ହେଉଛି ବିଜୁ ଜନତା ଦଳର ନେତା ଭର୍ତ୍ତୃହରି ମହତାବ ଏବଂ ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ । ପ୍ରକୃତରେ ୨୦୧୪ ରେ ଲୋକସଭା ନିର୍ବାଚନ ଅବସରରେ ବିଜେଡିର ୩୪ ଏବଂ ତୃଣମୂଳ କଂଗ୍ରେସର ୨୦ ସାଂସଦ ବଛାଯାଇଥିଲେ । ଏଥରକ ଦୁଇ ଦଳର ସଂଖ୍ୟା ହ୍ରାସ ହୋଇ ୨୨ ଏବଂ ୧୦ କୁ ଖସି ଆସିଛି । ଯେଉଁଥି ପାଇଁ ସେମାନଙ୍କ କୋଟା ୦.୮ ଏବଂ ୦.୪ ହୋଇଯାଇଛି ।
ବିଜେପିର ଲୋକସଭାରେ ୩୦୩ ସାଂସଦ ରହିଛନ୍ତି । ତାଙ୍କୁ ଦୁଇଟି ଅତିରିକ୍ତ ସିଟ୍ ମିଳିବ । ଏବେ ପ୍ରଥମ ପଂକ୍ତିରେ ଏହାର ସଂଖ୍ୟା ବଢିଯାଇ ୧୨ ସିଟ୍ ହୋଇ ଯିବ । ସେହିଭଳି କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଶପଥ ନେଇଛନ୍ତି । ତାଙ୍କୁ ପ୍ରଥମ ପଂକ୍ତିରେ ବସିବାର ସିଟ୍ ମିଳିବ । ଏହାବ୍ୟତିତ ରାଜନାଥ ସିଂହ, ନିତୀନ ଗଡକରୀ ଏବଂ ସଦାନନ୍ଦ ଗୌଡଙ୍କୁ ବି ପ୍ରଥମ ପଂକ୍ତିରେ ବସିବାର ମଉକା ମିଳିବ ବୋଲି ଆଶା ରହିଛି ।