ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସପ୍ତମ ବେତନ ଅନୁଯାୟୀ ଦରମା ବୃଦ୍ଧିକୁ ଅପେକ୍ଷା କରିଥିବା ଲକ୍ଷାଧିକ କର୍ମାଚରୀଙ୍କ ଆଶା ରହିଛି କି, ମୋଦି ସରକାର ତାଙ୍କ ଦ୍ୱିତୀୟ କାଳରେ ବହୁତ ଶୀଘ୍ର ସେମାନଙ୍କ ଦରମା ବୃଦ୍ଧିରେ ବେତନ ଆୟୋଗଙ୍କ ସୁପାରିଶ ଠାରୁ ଅଧିକ ସେମାନଙ୍କ ଦାବି ଅନୁଯାୟୀ ବୃଦ୍ଧି କରିବେ । ସେଥିପାଇଁ ଲକ୍ଷାଧିକ କର୍ମଚାରୀ ଏବଂ ପେନଶନ୍ ଭୋଗୀ ଅପେକ୍ଷାରେ ବସିଛନ୍ତି, କିନ୍ତୁ ଇତି ମଧ୍ୟରେ ମହାରାଷ୍ଟ୍ର ସରକାର ତାଙ୍କ କର୍ମଚାରୀଙ୍କ ବଡ ଉପହାର ଆଣିଛନ୍ତି । ଆଜ୍ଞା ହଁ ଦୀପାବଳୀର ତିନି ମାସ ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ କର୍ମଚାରୀଙ୍କୁ ବମ୍ପର ଅଫର ଦେଇଛନ୍ତି ।
ହୁଏତ ମୋଦି ସରକାର ତାଙ୍କ କର୍ମଚାରୀଙ୍କ ଦାବି ଅନୁରୂପ ଦରମା ବୃଦ୍ଧିର ଉପହାର ଦେଇ ନାହାନ୍ତି । କିନ୍ତୁ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ର ସରକାର ତାଙ୍କ ନଗର ନିଗମ, ନଗରପାଳିକା ପରିଷଦ ଏବଂ ନଗର ପଞ୍ଚାୟତ କର୍ମଚାରୀମାନଙ୍କୁ ବମ୍ପର ଅଫର ଦେଇଛନ୍ତି । ଏହା କର୍ମଚାରୀଙ୍କ ପାଇଁ କୌଣସି ଦୀପାବଳୀର ଉପହାର ଠାରୁ କମ୍ ନୁହେଁ । ମହାରାଷ୍ଟ୍ର ସରକାର ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁ କରିବାର ନିଷ୍ପତି ନେଇଛନ୍ତି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବିସ୍ ଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକ ପରେ ସରକାର ଏହି ନିଷ୍ପତି କରିଛନ୍ତି ଏବଂ ସେହି କର୍ମଚାରୀଙ୍କ ବେତନ ବୃଦ୍ଧିର ଉପହାର ଦେଇଛନ୍ତି ।
ମହାରାଷ୍ଟ୍ର ସରକାର ତାଙ୍କ ନିଷ୍ପତିରେ କହିଛନ୍ତି କି ୨୬ ନଗର ନିଗମ ,୩୬୨ ନଗରପରିଷଦ ଏବଂ ନଗର ପଞ୍ଚାୟତର କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୧, ୨୦୧୯ ରୁ ଏହାର ଫାଇଦା ମିଳିବ । ଏହି ବେତନ ବୃଦ୍ଧି ଦ୍ୱାରା ସରକାରଙ୍କ ଉପରେ ୪୦୯ କୋଟି ଟଙ୍କାର ଅତିରିକ୍ତ ବୋଝ ଆସିବ । କେବଳ ଏତିକି ନୁହେଁ ଏହା କର୍ମଚାରୀଙ୍କ ପାଇଁ ବଡ ବୋନସ । ସେମାନଙ୍କ ସରକାରଙ୍କ ପକ୍ଷରୁ ୨୦୧୬ ଠାରୁ ୨୦୧୯ ପର୍ଯ୍ୟନ୍ତ ଏରିୟର ବି ଦିଆଯିବ । ମାତ୍ର ଏରିୟର କିସ୍ତି ଅନୁଯାୟୀ ମିଳିବ ।