ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଭିନ୍ନ ହସ୍ପିଟାଲରୁ ପଶ୍ଚିମବଙ୍ଗର ୯୬ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗର ଏନଆରଏସ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଇ ଜୁନିୟର ଡାକ୍ତରଙ୍କ ଉପରେ ହମଲା ଏବଂ ସେମାନଙ୍କୁ ଗଭୀର ଆଘାତ ଲାଗିଥିବା ହେତୁ ମଙ୍ଗଳବାର ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ହରତାଳ ରେ ବସିଛନ୍ତି ।
ସେପଟେ ରାଜଧାନୀ ଦିଲ୍ଲୀରେ ବି ଶୁକ୍ରବାର ସରକାରୀ ଏବଂ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ପ୍ରଭାବିତ ହୋଇଛି । କାରଣ ଅଧିକ ସଂଖ୍ୟାରେ ଡାକ୍ତରମାନେ କୋଲାକତାରେ ହରତାଳରେ ବସିଛନ୍ତି । ନିଜ ସାଥୀଙ୍କ ସହିତ ଏକତା ଦେଖାଇବା ପାଇଁ ସେମାନେ ଗୋଟେ ଦିନ କାମରୁ ବହିଷ୍କାର କରିବାର ନିଷ୍ପତି ନେଇଥିଲେ ।
ଖବରମୁତାବକ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବୟାନକୁ ନେଇ ରାଜ୍ୟର ସମସ୍ତ ଡାକ୍ତର ବିଗିଡି ଯାଇଛନ୍ତି । ଡାକ୍ତରମାନେ ଦାବି କରିଛନ୍ତି କି ମମତା ବାନାର୍ଜି ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ । ସେପଟେ ଇସ୍ତଫା ଦେଇଥିବା ଡାକ୍ତରଙ୍କ ମଧ୍ୟରେ ୮୦ ଜଣ କୋଲକତା ଆରଜିଆର ମେଡିକାଲ କଲେଜର । ଜୁନିୟର ଡାକ୍ତରଙ୍କ ଉପରେ ହମଲା ବିରୋଧ କରି ସରକାରଙ୍କୁ ସୁରକ୍ଷା ପାଇଁ ଦାବି କରିବା ସହି ଡାକ୍ତରମାନେ ପାଞ୍ଚଦିନ ହେବ ବିକ୍ଷୋଭରେ ବସିଛନ୍ତି । ଯେପର୍ଯ୍ୟନ୍ତ ମମତା ଧାରଣା ସ୍ଥଳକୁ ଆସି କ୍ଷମା ନମାଗିଛନ୍ତି ସେଯାଏଁ ଡାକ୍ତରମାନେ ଧାରଣାରୁ ଉଠିବେ ନାହିଁ ।
ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ଦୁଇ ଜୁନିୟର ଡାକ୍ତରଙ୍କ ଉପରେ ହମଲା କରିବା ଯୋଗୁଁ ନିଜକୁ ସୁରକ୍ଷା ଦେବା ଦାବିରେ ରାଜ୍ୟର ସମସ୍ତ ଜୁନିୟର ଡାକ୍ତର ଆନ୍ଦୋଳନରେ ବସିଛନ୍ତି ।
ଜଣେ ଡାକ୍ତରଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଜୁନିୟର ଡାକ୍ତରଙ୍କୁ ଧମକ ଦେଇଛନ୍ତି ତାହା ଆମ ସମୁଦାୟ ପାଇଁ ଅପମାନ । ଆମେ ଏହାକୁ ନିନ୍ଦା କରୁଛୁ । ସେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ୍ ।