ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲେଖକ ଆତିଶ ଅଲ୍ଲୀ ତାସୀରଙ୍କ ଓଭରସିଜ୍ ସିଟିଜନସିପ୍ ଅଫ୍ ଇଣ୍ଡିଆ (ଓସିଆଇ) କାର୍ଡ ରଦ୍ଦ କଲା ଭାରତ । ବ୍ରିଟେନ୍ ରେ ଜନ୍ମିତ ପାକିସ୍ତାନ ମୂଲର ଲେଖକ ଆତିଶ ଅଲ୍ଲୀ ଲୋକସଭା ନିର୍ବାଚନ ପୂର୍ବରୁ ଟାଇମ ମ୍ୟାଗାଜିନ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଡିଭାଇଡର ଇନ୍ ଚିଫ୍’ କହିଥିଲେ ।
କୁହାଯାଉଛି କି ଆତିଶ ପାକିସ୍ତାନର ବୋଲି ଏହି ତଥ୍ୟକୁ ଲୁଚାଇଥିଲେ । ରିପୋର୍ଟ ମୁତାବକ ଆତିଶଙ୍କ ପିତା ସଲମାନ ତାସିର ପାକିସ୍ତାନର ପଞ୍ଜାବ ପ୍ରୋଭିନ୍ସର ଗଭର୍ଣ୍ଣର ଥିଲେ । ଯାହାକୁ ଗୁଳି ମାରି ହତ୍ୟା କରାଯାଇଥିଲା ।
ଗୃହମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି କି,ନାଗରିକତା ଅଧିନିୟମ ୧୯୯୫ ଅନୁସାରେ ତାସୀର ଓସିଆଇ କାର୍ଡ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । କାରଣ ଓସିଆଇ କାର୍ଡ କୌଣସି ଏଭଳି ବ୍ୟକ୍ତିଙ୍କ ପାଇଁ ଜାରି କରାଯାଏ ନାହିଁ, ଯାହାଙ୍କର ମାତା-ପିତା ପାକିସ୍ତାନୀ ।
ଆଇନ ଅନୁଯାୟୀ,ଯଦି କୌଣସି ବ୍ୟକ୍ତି ଧୋକା ଦେଇ ନିଜର ତଥ୍ୟ ଲୁଚାଇବା ସହ ଓସିଆଇ କାର୍ଡ ହାସଲ କରେ, ତେବେ ପଛରେ ଧରା ପଡିବା ପରେ କାର୍ଡ ଧାରକଙ୍କ ପଞ୍ଜିକରଣକୁ ରଦ୍ଦ କରିଦିଆଯିବ । ଏହାସହିତ ତାଙ୍କୁ ବ୍ଲାକଲିଷ୍ଟରେ ପକାଇ ଦିଆଯିବ ଏବଂ ଭବିଷ୍ୟତରେ ଭାରତରେ ପ୍ରବେଶ ପାଇଁ ମଧ୍ୟ ରୋକ୍ ଲଗାଯିବ ।