ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନିବନିର୍ବାଚିତ ସଦସ୍ୟ ସୋମବାର ଲୋକସଭା ସଦସ୍ୟତାର ଶପଥ ଗ୍ରହଣ କରିଛନ୍ତି । ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଚତୁର୍ଥ ଥର ପାଇଁ ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି । ମାତ୍ର ରାହୁଲ ଶପଥ ନେଇଗଲେ ସତ କିନ୍ତୁ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଗଲେ ଏବଂ ସିଧା ତାଙ୍କ ସିଟ୍ ଙ୍କୁ ପଳାଇଲେ । ସେହି ସମୟରେ କିଛି ଅଧିକାରୀ ଏବଂ ରକ୍ଷା ମନ୍ତ୍ରୀ ରାଜସିଂହ ସମେତ ଅନ୍ୟ ସଦସ୍ୟମାନେ ଦସ୍ତଖତ କରିବା ପାଇଁ ରାହୁଲଙ୍କୁ ସଂକେତ ଦେଇଥିଲେ । ଏହାପରେ ରାହୁଲ ଦସ୍ତଖତ କରିଥିଲେ ।
ଶପଥ ନେବା ପୂର୍ବରୁ ରାହୁଲ ଟ୍ୱିଟ୍ ବି କରିଥିଲେ । ସେ ଟ୍ୱିଟ୍ କରି ଲେଖିଛନ୍ତି କି, ‘ଲୋକସଭାର ସଦସ୍ୟ ଭାବେ ମୋର ଆଜି ଠାରୁ କାର୍ଯ୍ୟକାଳ ଆରମ୍ଭ ହେଉଛି । ମୁଁ କେରଳ ବାୟନାଡର ପ୍ରତିନିଧିତ୍ୱ କରି ଶପଥ ନେଇ ସଂସଦରେ ନୂତନ କାର୍ଯ୍ୟକାଳର ଶୁଭାରମ୍ଭ କରିବି । ମୁଁ ବିଶ୍ୱାସ ଦେଉଛି କି ଭାରତର ସମ୍ବିଧାନ ପ୍ରତି ସତ୍ୟ ନିଷ୍ଠା ଏବଂ ବିଶ୍ୱାସ ରଖିବି ।’
My 4th consecutive term as a Member of the #LokSabha begins today. Representing Wayanad, Kerala, I begin my new innings in Parliament by taking my oath this afternoon, affirming that I will bear true faith and allegiance to the Constitution of India 🇮🇳
— Rahul Gandhi (@RahulGandhi) June 17, 2019
କେରଳ ବାୟନାଡର ସାଂସଦ ଭାବେ ରାହୁଲ ବଛା ହୋଇଛନ୍ତି । ସେ ଉତ୍ତର ପ୍ରଦେଶ ଅମେଠି ବି ନିର୍ବାଚନ ଲଢିଥିଲେ । ସେଠାରେ ସେ ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପାଖାପାଖି ୫୫ ହଜାରୁ ଅଧିକ ଭୋଟରେ ହାରିଥିଲେ ।