କଟକ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ନିର୍ବାଚନ । କେନ୍ଦ୍ରୀୟ ନେତାଙ୍କ ନଜରରେ ଓଡିଶା । ଏଣୁ ଜଣକ ପରେ ଜଣେ କେନ୍ଦ୍ରୀୟ ନେତା ଓଡିଶାରେ ଆସି ଡେରା ପକାଉଥିବା ସାଧାରଣରେ ଚଚ୍ଚ ର୍ା ହେଉଛି । ତେବେ ମଙ୍ଗଳବାର କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ଓଡିଶା ଗସ୍ତରେ ଆସିଛନ୍ତି । କଟକର ଧାନ ଗବେଷଣା ପ୍ରତିଷ୍ଠାନରେ ଯୋଗ ଦେଇଛନ୍ତି । ଏହା ପରେ ସେ ଏକ ସରକାୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେବେ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନାରେ ଶୁଭାରମ୍ଭ କରିଛନ୍ତି । ଏଣୁ ଏହି କାର୍ଯ୍ୟକ୍ରମରେ ସେ କଣ କହୁଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ।
ଓଡିଶା ସରକାର କାଳିଆ ଯୋଜନା ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର କିଷାନ ନିଧି ଯୋଜନା ଘୋଷଣା କରିଛନ୍ତି । ହିତାଧିକାରୀଙ୍କୁ ନେଇ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ଗତକାଲି ନୂଆପଡାରେ ମୁଖ୍ୟମନ୍ତ୍ରୀ କିଷାନ ନିଧି ଯୋଜନାକୁ ସମାଲୋଚନା କରିଥିଲେ । ଏଣୁ ଆଜି କେନ୍ଦ୍ର କୃଷି ମନ୍ତ୍ରୀ କାଳିଆ ଯୋଜନା ଏବଂ ଚାଷୀଙ୍କୁ ନେଇ କଣ କହୁଛନ୍ତି ତାଉପରେ ସମସ୍ତଙ୍କ ନଜର ।
ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନଜର ରହିଛି ଚାଷୀଙ୍କ ଉପରେ । ଏଣୁ ଚାଷୀଙ୍କ ପାଇଁ ଦରଦ ଦେଖାଇ ବିଭିନ୍ନ ଯୋଜନାମାନ ଘୋଷଣା କରି ମୋହରା ବନେଇବା ପାଇଁ ଚେଷ୍ଠା କରୁଛନ୍ତି ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ନିକଟରେ ଚାଷୀଙ୍କୁ ଅସ୍ତ୍ର କରି ୩ଟି ରାଜ୍ୟରେ ସରକାର ଗଠନ କରିଛି । ଏବଂ ଚାଷୀଙ୍କ ଋଣ ଛାଡ ଏବଂ ଧାନର ଏମଏସପି ମୂଲ୍ୟ ବୃଦ୍ଧି କରିଛନ୍ତି । ଏଣୁ ଏବେ ସବୁ ଦଳର ନଜର ଚାଷୀଙ୍କ ଉପରେ ।