ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶେଷରେ ମେଡିକାଲରୁ ଘରକୁ ଫେରିଛନ୍ତି । ଆଜି ତାଙ୍କୁ ଏମସରୁ ଡିସଚାର୍ଜ କରାଯାଇଛି । ପାଖାପାଖି ୨ ସପ୍ତାହ ସମ୍ପୂର୍ଣ୍ଣ ବେଡ ରେଷ୍ଟ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
ଗତ କିଛିଦିନ ତଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଅମିତ ସାହା । ଯାଞ୍ଚ ପରେ ତାଙ୍କୁ ସ୍ୱାଇନ ଫ୍ଲୁ ହୋଇଥିବା ଜଣାପଡି ଥିଲା । ତେଣୁ ଚିକିତ୍ସା ଲାଗି ତାଙ୍କୁ ତୁରନ୍ତ ଏମସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଶ୍ରୀ ସାହାଙ୍କ ଚିକିତ୍ସା କରୁଥିଲେ । ଏମସ ନିର୍ଦ୍ଦେଶକ ଗୁଲେରିଆଙ୍କ ତତ୍ୱାବଧାନରେ ଚିକିତ୍ସା ଚାଲିଥିଲା । ନିକଟରେ ଅର୍ଥାତ ଗତ ବୁଧବାର ଦିନ ହେବାକୁ ଥିବା ବିଜେପି ବୈଠକ କାର୍ଯ୍ୟକ୍ରମକୁ ଖାସ କରି ଅମିତ ସାହାଙ୍କ ଅସୁସ୍ଥ ଯୋଗୁ ସ୍ଥଗିତ ରଖାଯାଇଥିଲା ।