ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯୋଗୀ ସରକାର ଏବେ ଗୋଟେ ପରେ ଗୋଟେ ସହରର ନାଁ ପରିବର୍ତ୍ତନ କରିବା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସୋମବାର ଦିନ ଆଗ୍ରା ର ନାଁ ପରିବର୍ତ୍ତନ କରି ଅଗ୍ରବନ କରିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଅଲିଗଢ ର ନାଁ ପରିବର୍ତ୍ତନରେ ଚର୍ଚ୍ଚା ଯୋର ଧରିଛି । ବିଜେପିର ପ୍ରତିନିଧିମାନେ ଅଲିଗଢ ନାଁ ପରିବର୍ତ୍ତନ କରି ହରିଗଢ କରିବା କଥା ଆରମ୍ଭ କରିଦେଇଛନ୍ତି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ବିଜେପି ପକ୍ଷରୁ ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ବି ତାଙ୍କ କାର୍ଯ୍ୟକାଳ ସମୟରେ ଏଭଳି କରିଥିଲେ । କିନ୍ତୁ କେନ୍ଦ୍ରରେ କଂଗ୍ରେସ ସରକାର ଥିବାରୁ ତାଙ୍କର ଏହି ଅଭିଯାନ ସଫଳ ହୋଇପାରି ନଥିଲା । ମାତ୍ର ଏବେ ୟୁପିରେ ଯୋଗୀ ସରକାର ଏବଂ କେନ୍ଦ୍ରରେ ମୋଦି ସରାକର ଥିବା ଯୋଗୁଁ ଏହି ଅଭିଯାନ ସଫଳ ହେବାର ସମ୍ଭାବନା ଅଧିକ ରହିଛି ।
ସେହିପରି ୨୦୧୮ ମସିହାରେ ଯୋଗୀ ସରକାରରେ ଆଜମଗଢର ନାଁ ଆର୍ୟମଗଢ କରିବାର ପ୍ରସ୍ତାବ ପ୍ରସ୍ତୁତି କରାଯାଇଥିଲା । ଯେଉଁଥିରେ ଅଲିଗଢକୁ ହରିଗଢ କରିବା ପାଇଁ ଶାସନ ସ୍ତରରେ ଅଲିଗଢର ସାଂସଦ ସତୀଶ ଗୌତମ ଏବଂ ବିଧାୟକ ସଞ୍ଜୀବ ରାଜା ଦାବି କରିଥିଲେ ।
ବିଜେିପି ମହାନଗର ଉପାଧ୍ୟକ୍ଷ ସୁବୋଧ ସ୍ୱିଟି କହିଛନ୍ତି କି, ଜରୁରୀକାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ୧୯୯୨ ତାଙ୍କ କାର୍ଯ୍ୟକାଳ ସମୟରେ ସହରର ନାଁ ହରିଗଢ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେହି ସମୟରେ କେନ୍ଦ୍ରରେ କଂଗ୍ରେସ ସତ୍ତାରେ ରହିଥିଲା । ସେଥିପାଇଁ ତାଙ୍କ ଚେଷ୍ଠା ସଫଳ ହୋଇପାରିନଥିଲା ।