ଉତ୍ତରପ୍ରଦେଶ,(ଏଟିଆରବ୍ୟୁରୋ): ଶେଷରେ ବଦଳିଯାଇଛି ଆହ୍ଲାବାଦର ନାଁ । ଆଉ ଆହ୍ଲାବାଦ କହିଲେ ଖାତା ଖତିୟାନରେ କିଛି ପ୍ରମାଣ ମିଳିବନି । ଆହ୍ଲାବାଦ ବଦଳରେ ପ୍ରୟାଗରାଜ ହିଁ ନାମ କରଣ କରାଯାଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।
ଏନେଇ ଉତ୍ତରପ୍ରଦେଶର କ୍ୟାବିନେଟରେ ମଙ୍ଗଳବାର ପ୍ରସ୍ତାବ ପାରିତ ମଧ୍ୟ ହୋଇଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ କି’ ଗଙ୍ଗା ଓ ଜମୁନା ନଦୀର ସଗଂମସ୍ଥଳ ହୋଇଥିବାରୁୁ ଏହା ସବୁ ପ୍ରୟାଗର ରାଜ । ତେଣୁ ଆହ୍ଲାବାଦର ନାମ ପ୍ରୟାଗରାଜ ଦିଆଯିବ ।
ତେବେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ବହୁ ପୂର୍ବରୁ ବରିଷ୍ଠ ବିଜେପି ନେତା ସିର୍ଦ୍ଧାଥ ସିଂହ ମଧ୍ୟ ସମାନ କଥା କହିଥିଲେ । ଆଜି ଅନୁଷ୍ଠିତ କ୍ୟାବିନେଟରେ ଏଥିରେ ମୋହର ଲାଗିଛି ।