ମୁମ୍ବାଇ (ଏଟିଆର ବ୍ୟୁରୋ): ସମ୍ପର୍କ ଫର ସମର୍ଥନ ଅଭିଯାନକୁ ନେଇ ଗତକାଲି ଧକ୍ ଧକ୍ ଗର୍ଲ ମାଧୁରୀ ଏବଂ ମାଧବ ନେନେଙ୍କୁ ଭେଟିଥିଲେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅମିତ୍ ଶାହା ଗୋଟେ ପରେ ଗୋଟେ ବଡ ବଡ ବ୍ୟକ୍ତଙ୍କୁ ଭେଟୁଛନ୍ତି ।
ଅମିତ୍ ଶାହା ଏଭଳି ମାଧୁରୀଙ୍କୁ ଭେଟିବାର କାରଣ ଦଳ ସହ ସଂଯୋଗ ହେବାର କୁହାଯାଇ ପାରିବ । ମିଳିଥିବା ରିପୋର୍ଟ ଅନୁସାରେ ମାଧୁରୀଙ୍କୁ ଭେଟିବା ପୂର୍ବରୁ ଅମିତ୍ ଶାହା ସେନା ପୂର୍ବ ଅଧ୍ୟକ୍ଷ ଦଲବୀର ସିଂ ସୁହାଗ, କ୍ରିକେଟର ମହାରଥୀ କପିଲ ଦେବ ଏବଂ ତାଙ୍କ ପତ୍ନୀ ରୋମୀ, ଭାରତର ପୂର୍ବ ମୁଖ୍ୟ ନ୍ୟାୟାଧିଶ ଆରସି ଲୋହାଟି ଏବଂ ଯୋଗ ଗୁରୁ ରାମଦେବ ବାବାଙ୍କୁ ଭେଟି ସାରିଛନ୍ତି ।
ପ୍ରକୃତରେ , ବିଜେପି ଦ୍ୱାରା ଗତ ୧୦ ଦିନ ହେବ ସମ୍ପର୍କ ଫର ସମର୍ଥନ ଅଭିଯାନ ପରିଚାଳିତ ହେଉଛି । ଏହି ଅବସରରେ ଦଳର ମୁଖ୍ୟ ନେତାମାନେ ସରକାରଙ୍କ ୪ ବର୍ଷର କାର୍ଯ୍ୟକାଳ ସଂପର୍କରେ ସମସ୍ତଙ୍କୁ ଅବଗତ କରାଉଛନ୍ତି । ସେଥିପାଇଁ ଅମିତ୍ ଶାହା ମାଧୁରୀଙ୍କୁ ସାକ୍ଷାତ କରି ସରକାରଙ୍କର କାର୍ଯ୍ୟକାଳ ବିଷୟରେ କହିଥିଲେ ଏବଂ ଦଳର ଏକ ବୁକ୍ ଲେଟ ଦେଇ ଆସିଥିଲେ ।