ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ବିଜେପିର ବିପୁଳ ବିଜୟ ନେଇ ବିଜେପି କାର୍ଯ୍ୟାଳୟରେ ଏକ ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହା ନିଜ ଅଭିଭାଷଣରେ କହିଛନ୍ତି ଆଜିର ବିଜୟ ସ୍ୱାଧୀନତା ପରେ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି । ସେହିଭଳି ଆଜିର ଏହି ବିଜୟ ନେଇ ଶ୍ରୀ ଶାହା ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଜେପିକୁ ୫୦ ପ୍ରତିଶତ ଭୋଟ ମିଳିଛି ବୋଲି କହିଛନ୍ତି ।
ସେହିଭଳି ଓଡିଶା ବାବଦରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଓଡିଶାରେ କଂଗ୍ରେସ ନିଜର ଖାତା ଖୋଲି ପାରି ନାହିଁ ବୋଲି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି । ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ, ଦାଦର ଓ ନଗର ହାବେଳି, ଦମନ ଓ ଡିଉ, ଗଜୁରାଟ, ହରିୟାଣା, ହିମାଞ୍ଚଳ ପ୍ରଦେଶ ଉତ୍ତରା ଖଣ୍ଡ ଭଳି କେତେକ ରାଜ୍ୟରେ କଂଗ୍ରେସ ଖାତା ଖୋଲି ପାରିନାହିଁ ବୋଲି ସେ କହିଛନ୍ତି