ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀର ନେତାମାନେ ବି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଘେରିବାରେ ଲାଗିପଡିଛନ୍ତି । ଇତିମଧ୍ୟରେ ଜାନୁଆରୀ ୨୩ରେ ନିର୍ବାଚନୀ ରାଲିରେ ଅମିତ୍ ଶାହା ଯୋଗ ଦେଇ କେଜ୍ରିୱାଲଙ୍କୁ ସିଧା ହମଲା କରିଛନ୍ତି ।
ଅମିତ୍ ଶାହା କହିଛନ୍ତି କି, ଯଦି ଦେଶରେ ମିଛ କହିବାର ପ୍ରତିଯୋଗିତା ହେବ, ତେବେ ସେହି ପ୍ରତିଯୋଗିତାରେ ୧ ନମ୍ବରରେ ରହିବେ ଅରବିନ୍ଦ କେଜ୍ରିୱାଲ । ଏହାସହିତ ଲୋକପାଳ ପ୍ରସଙ୍ଗକୁ ନେଇ ମଧ୍ୟ କେଜ୍ରିୱାଲଙ୍କୁ ଘେରିଛନ୍ତି ଗୃହମନ୍ତ୍ରୀ । ଦିଲ୍ଲୀରେ ଲୋକପାଳ ଲାଗୁ କରି ନାହାନ୍ତି କେଜ୍ରିୱାଲ । ମୁଁ ଏଠାକୁ କେଜ୍ରିୱାଲଙ୍କ ମନେପକାଇବା ପାଇଁ ଆସିଛି କି ଆପଣ ଆପଣଙ୍କର ପ୍ରତିଶୃତିକୁ ଭୁଲି ଯାଇଛନ୍ତି । କିନ୍ତୁ ଦିଲ୍ଲୀର ଲୋକ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଆପଣଙ୍କ ପ୍ରତିଶୃତି କୁ ଭୁଲି ନାହାନ୍ତି । ଆପଣ ଆନ୍ନା ହାଜାରେଙ୍କ ସହାୟକରେ ମୁଖ୍ୟମନ୍ତ୍ରୀ ହୋଇଗଲେ ସତ କିନ୍ତୁ ଦିଲ୍ଲୀରେ ଲୋକପାଳ ଆଇନ୍ ଆଣି ପାରିଲେ ନାହିଁ । ମାତ୍ର ଯେତେବେଳେ ମୋଦୀ ଜୀ ଏହି ଆଇନ୍ ଆଣିଲେ କିନ୍ତୁ ଆପଣ ତାକୁ ଲାଗୁ କଲେ ନାହିଁ ।