ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ-କଟରା ବନ୍ଦେ ଭାରତ ଏକ୍ସପ୍ରେସ କୁ ଗୃହମନ୍ତ୍ରୀ ଅମିତ୍ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅମିତ୍ ଶାହା ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି । ଅକ୍ଟୋବର ୫ ରୁ ଟ୍ରେନର ସଂଚାଳନ ହେବ ।
ଏହି ଟ୍ରେନ ପାଇଁ ଆଇଆରସିଟିସି ୱେବସାଇଟ୍ ରେ ଟିକେଟ ବୁକିଂ ଆରମ୍ଭ ହୋଇ ଯାଇଛି ବୋଲି ରେଲୱେ ପକ୍ଷରୁ ରବିବାର ଦିନ ସୂଚନା ଦିଆଯାଇଥିଲା । ସୁପରଫାଷ୍ଟ ଟ୍ରେନଠାରୁ ୪ ଘଣ୍ଟା ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ କଟରା ଷ୍ଟେସନରେ ପହଁଚିଯିବ । ସେଥିପାଇଁ ଦିଲ୍ଲୀ ରୁ କଟରା ଏବଂ କଟରା ରୁ ଦିଲ୍ଲୀ ଆସିବା ପାଇଁ କେବଳ ଆଠ ଘଣ୍ଟା ସମୟ ଲାଗିବ ।
ଦେଶରେ ଗଡୁଥିବା ଏହା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏହାପୂର୍ବରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୫ ରେ ଶୁଭାରମ୍ଭ କରିଥିଲେ ।
ସୂଚନାଯୋଗ୍ୟ, ମାତା ବୈଷ୍ଣବ ଦେବୀଙ୍କ ଦର୍ଶନାର୍ଥୀଙ୍କ ପାଇଁ ବହୁପ୍ରତିକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ପରିକ୍ଷଣ ସଫଳ ରହିଛି । ଅକ୍ଟୋବର ୫ ତାରିଖରୁ ସପ୍ତାହରେ ୬ ଦିନ ଯାଏଁ ଏହି ଟ୍ରେନ୍ ଚାଲିବ ।