ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନରେ ସଫଳତା ହାସଲ କରିବା ପରେ ଏବେ ବିଜେପିର ମୁଖ୍ୟାଳୟରେ ପ୍ରଭାରୀ ନେତାମାନଙ୍କୁ ନେଇ ଅମିତ୍ ଶାହା ଏକ ବୈଠକ ରଖିଛନ୍ତି । ଏହି ବୈଠକରେ ବସୁନ୍ଧରା ରାଜେ, ଉମା ଭାରତୀ, ଦିଲ୍ଲୀପ ଘୋଷ, ବିନୟ , ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ପ୍ରମୁଖ ସାମିଲ ହେବା ପାଇଁ ପହଁଚିଛନ୍ତି । ଏଥିରେ ଦଳର ଆଗାମୀ ନିର୍ବଚନ ରଣନିତୀ ଉପରେ ଚର୍ଚ୍ଚା ହେବ ବୋଲି ଆଶା ରହିଛି ।
ଏହାପୂର୍ବରୁ ଜୁନ୍ ୯ ରେ ହରିୟାଣା, ମହାରାଷ୍ଟ୍ର ଏବଂ ଝାରଖଣ୍ଡର ବରିଷ୍ଠ ନେତାମାନଙ୍କ ସହିତ ଅମିତ୍ ଶାହା ବୈଠକ କରିଥିଲେ । ଏହି ରାଜ୍ୟଗୁଡିକରେ ବର୍ଷକ ଭିତରେ ବିଧାନସଭା ନିର୍ବାଚନ ହେବାର ଅଛି ।
ସେପଟେ ନୂତନ ସରକାରରେ ଗୃହମନ୍ତ୍ରୀ ଭାବେ ଅମିତ୍ ଶାହା ଶପଥ ଗ୍ରହଣ କରିବା ପରଠାରୁ ଲଗାତର ଭାବେ ବୈଠକ କରି ଚାଲିଛନ୍ତି । ଇଦ୍ ଦିନ ବି ସେ ଏକ ବଡ ଧରଣର ବୈଠକ ଡକାଇଥିଲେ । ଏହାବ୍ୟତିତ ସେ ଦେଶର ଆନ୍ତରିକ ସୁରକ୍ଷାର ସୂଚନା ମଧ୍ୟ ନେଇଥିଲେ । ଯେଉଁଥିରେ ବିଶେଷ କରି ନକ୍ସଲବାଦ ଏବଂ ଆତଙ୍କବାଦ ଉପରେ ଚର୍ଚ୍ଚା ହୋଇଥିଲା ।
ଚଳିତ ବର୍ଷ ଆରମ୍ଭରୁ ଶାହାଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହୋଇ ସାରିଛି, କିନ୍ତୁ ବିଧାନସଭା ନିର୍ବାଚନ ହେବା ଯାଏଁ କାର୍ଯ୍ୟକାଳ ସମ୍ଭାଳିବା ପାଇଁ ତାଙ୍କୁ ପାର୍ଟି ପକ୍ଷରୁ କୁହାଯାଇଛି । ଲୋକସଭା ନିର୍ବାଚନ ଉପରେ ଅଧିକ ଧ୍ୟାନ ଦିଆଯିବା ହେତୁ ସଂଗଠନର ନିର୍ବାଚନକୁ ଟାଳି ଦିଆଯାଇଥିଲା ।
ଅପରପକ୍ଷେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଶାହା ସାମିଲ ହେବା ପରେ ସେ ପାର୍ଟିର ଅଧ୍ୟକ୍ଷତି ପଦ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏନେଇ ବିଜେପି ପକ୍ଷରୁ କୌଣସି ଆଧିକାରିକ ସୂଚନା ଆସିନାହିଁ ।