ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ଆଇନକୁ ନେଇ ପୂର୍ବୋତ୍ତର ରାଜ୍ୟରେ ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି । ଇତି ମଧ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଆଇନ୍ ର ପରିବର୍ତ୍ତନ ପାଇଁ ସଂକେତ ଦେଇଛନ୍ତି । ଝାରଖଣ୍ଡର ଏକ ନିର୍ବାଚନ ରାଲି ଅବସରରେ ଶନିବାର ଦିନ ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି କି, କ୍ରିସମାସ୍ ପରେ ସେ ଏହି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ପୂର୍ବୋତ୍ତର ଲୋକଙ୍କୁ ଶାହା ଆଶ୍ୱସନା ଦେଇଛନ୍ତି କି ଏହି ଅଧିନିୟମ ଦ୍ୱାରା ତାଙ୍କ ସଂସ୍କୃତି , ଭାଷା, ସାମାଜିକ ପରିଚୟ ଏବଂ ରାଜନୈତିକ ଅଧିକାର ପ୍ରଭାବିତ ହେବ ନାହିଁ ।
ଅମିତ୍ ଶାହା କହିଛନ୍ତି କି, ମୁଁ ଆସାମା ଏବଂ ଅନ୍ୟ ରାଜ୍ୟର ଲୋକଙ୍କୁ ଆଶ୍ୱସନା ଦେବାକୁ ଚାହିଁଛି କି ସେମାନଙ୍କର ସଂସ୍କୃତି, ସାମାଜିକ, ପରିଚୟ, ଭାଷା, ରାଜନୈତିକ ଅଧିକାରରେ କୌଣସି ସମସ୍ୟା ହେବ ନାହିଁ । ମୋଦି ସରକାର ସେମାନଙ୍କର ରକ୍ଷା କରିବେ । ସେ ଆହୁରି ମଧ୍ୟ କହିଛନ୍ତି ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସଂଗମା ଏବଂ ତାଙ୍କ ସରକାରର ମନ୍ତ୍ରୀମାନେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ତାଙ୍କ ସହ ସାକ୍ଷାତ କରିଥିଲେ ।