ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ବିଜନୌର ଜନପଦରେ ନିର୍ବାଚନ ଜନସଭାକୁ ରବିବାର ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ସମ୍ବୋନ୍ଧତ କରିଛନ୍ତି । ସେଠାରେ ଧାମପୁର କେଏମ ଇଣ୍ଟର କଲେଜ ମଇଦାନରେ ଆୟୋଜିତ ନିର୍ବାଚନୀ ବିଜୟ ସଂକଳ୍ପ ଜନସଭାରେ ସେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ ହମଲା କରିଛନ୍ତି । ଏହାସହିତ ସେ ହିନ୍ଦୁ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି ।
ଏହି ଅବସରରେ ଅମିତ୍ ଶାହା ବିଜେପି ପାଇଁ ବହୁଳ ସଂଖ୍ୟାରେ ମତଦାନ କରିବାକୁ ଅପିିଲ କରିଛନ୍ତି । ଏହାବ୍ୟତିତ ରାହୁଲ ଗାନ୍ଧୀ ଦୁଇଟି ସ୍ଥାନରୁ ଲୋକସଭା ନିର୍ବାଚନ ଲଢିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କି ଅମେଠିରେ ହାରିବା ଭୟରେ ରାହୁଲ ଗାନ୍ଧୀ କେରଲ ଭାଗି ଗଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ହିନ୍ଦୁ ଆତଙ୍କବାଦୀ ଶଦ୍ଧ ବ୍ୟବହାର କରି କଂଗ୍ରେସ ହିନ୍ଦୁଙ୍କୁ ବଦନାମ କରିବାର କାମ କରିଛି । ଆତଙ୍କବାଦୀକୁ ଧର୍ମ ସହ ଯୋଡିଛି କଂଗ୍ରେସ । ହିନ୍ଦୁ କଦାପି ଆତଙ୍କବାଦୀ ହୋଇପାରିବେ ନାହିଁ । ହିନ୍ଦୁମାନଙ୍କୁ ବଦନାମ କରିବା ପାଇଁ ଅସଲ ଦୋଷୀକୁ ଛାଡି ଏବେ ସେ କେରଳ ଭାଗୁଛନ୍ତି । ରାଜନୀତିକୁ ଖରାପ କରିଛନ୍ତି ରାହୁଲ । ହିନ୍ଦୁଙ୍କୁ ବଦନାମ କରିବା ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ।