ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁଣ୍ଡ ଉପରେ ଲୋକସଭା ନିର୍ବାଚନ । ଇତି ମଧ୍ୟରେ ଅଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନୀ ଘୋଷଣା ପତ୍ର ଜାରି କରାଯିବ । ସେପଟେ ଶୁଣିବାକୁ ମିଳୁଛି ଯେ ଘୋଷଣାପତ୍ର ଜାରି ହେବା ପୂର୍ବରୁ ଆର୍ଶିବାଦ ନେବା ପାଇଁ ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନୋହରି ଯୋଶୀଙ୍କୁ ଭେଟିବେ ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା । ଏହି ଖବର ସେହି ସମୟରେ ଶୁଣିବାକୁ ମିଳିଥିଲା ଯେତେବେଳେ ବିପକ୍ଷ ଦଳ ନେତାମାନେ ଲଗାତର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ଉପରେ ତାଙ୍କ ଗୁରୁଙ୍କୁ ଅଣଦେଖା କରିବାର ଅଭିଯୋଗ ଲଗାଇଥିଲେ । ଚଳିତ ନର୍ବାଚନ ଲଢେଇରେ ଲାଲକୃଷ୍ଣ ଆଡଭାନୀ ଏବଂ ମନୋହର ଯୋଶୀ ବାଦ୍ ହେବା ପରେ ଦୁହେଁ ଖୁସି ନାହାନ୍ତି । ଏନେଇ ଲାଲକୃଷ୍ଣ ଆଡଭାନୀ ଦୁଇ ଦିନ ପୂର୍ବରୁ ଗୋଟେ ବ୍ଲଗ୍ ବି ଲେଖିଥିଲେ । ଏହାକୁ ନେଇ ବିପକ୍ଷ ଦଳ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଚଳିତ ନିର୍ବଚନରେ ଗାନ୍ଧୀ ନଗର ସିଟ୍ ପାଇଁ ବିଜେପି ପକ୍ଷରୁ ଆଡଭାନୀଙ୍କ ସ୍ଥାନରେ ଅମିତ୍ ଶାହାଙ୍କୁ ଟିକେଟ୍ ଦିଆଯାଇଛି । ସେହିପରି କାନପୁରରେ ଜୋଶୀଙ୍କ ସ୍ଥାନରେ ସତ୍ୟଦେବ ପଚ୍ୟାରୀଙ୍କୁ ଟିକେଟ୍ ଦିଆଯାଇଛି ।
ରିପୋର୍ଟ ମୁତାବକ, ବିଜେପିର ଘୋଷଣା ପତ୍ର ଜାରି କରିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ବ୍ୟତିତ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ନିତୀନ୍ ଗଡକରୀଙ୍କ ସମେତ ଅନେକ ଦିଗଜ୍ ନେତାମାନେ ଉପସ୍ଥିତ ଥିଲେ ।
ଏହାପୂର୍ବରୁ ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ରବିବାର ପାର୍ଟିର ପ୍ରଚାର ଥିମଜ ଜାରି କରିଥିଲେ । ଯାହାର ନାରା ରହିଛି ଫିର୍ ଏକ ବାର୍ ମୋଦି ସରକାର । ଏଥରକ ସାତେଟି ପର୍ଯ୍ୟାୟରେ ନିର୍ବାଚନ ସମ୍ପର୍ଣ୍ଣ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଅପ୍ରିଲ ୧୧ ରୁ ଆରମ୍ଭ ହୋଇ ମେ’ ୧୯ ସପ୍ତମ ପର୍ଯ୍ୟାୟରେ ଶେଷ ହେବା । ଏହାସହିତ ନିର୍ବାଚନୀ ଫଳାଫଳ ମୋ’ ୨୩ ରେ ଘୋଷଣା କରାଯିବ ।