ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଲଗାତର ଭାବେ ତାଙ୍କର କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ସେହିପରି ଶନିବାର ସକାଳୁ ଜଗନ ମୋହନ ଅମରାବତୀ ସ୍ଥିତ ସଚିବାଳୟ ପହଞ୍ଚି ସେଠାରେ ନଡିଆ ଭାଙ୍ଗି ପୂଜାର୍ଚ୍ଚନା କରିବା ପରେ ସେ ତାଙ୍କର ପଦଭାର ଗ୍ରହଣ କରିଛନ୍ତି । ଏହାସହିତ ସେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ ରାଜଶେଖର ରେଡ୍ଡୀଙ୍କୁ ପ୍ରଣାମ ଜଣାଛନ୍ତି ।
ବିଧାନସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ ଦଳ ୱାଇଏସଆର କଂଗ୍ରେସ ସଫଳ ବିଜୟ ହାସଲ କରିଛି । ରାଜ୍ୟର ୧୭୫ ସିଟ୍ ରୁ ୧୫୧ ସିଟ୍ ରେ ସେ ବିଜୟ ଲାଭ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ମନ୍ତ୍ରୀମଣ୍ଡଳରେ ୨୫ ସଦସ୍ୟଙ୍କୁ ସ୍ଥାନ ମିଳିଛି, ଯେଉଁଥିରେ ସେ ଜାତି ସମ୍ମିକରଣକୁ ପୂରା ଧ୍ୟାନରେ ରଖିଛନ୍ତି । ସେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି କରାଇବାର ନିଷ୍ପତି ନେଇଛନ୍ତି । ବିଶେଷ କରି ସେମାନେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଅଳ୍ପସଂଖ୍ୟକ ଏବଂ କାପୁ ସମୁଦାୟର ହେବେ ।
ରେଡ୍ଡୀଙ୍କ ଏଭଳି ନିଷ୍ପତି ଦେଶ ପାଇଁ ପ୍ରଥମ ହେବ କି କୌଣସି କ୍ୟାବିନେଟ୍ରେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଏହାମାନଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ କାମ କରି ସାରିଛନ୍ତି । ଏହାସହିତ ବିଧାୟକମାନେ ଲୋକଙ୍କ ଅଭିଯୋଗକୁ ଯେପରି ଧ୍ୟାନ ରଖିବେ ସେନେଇ ଶ୍ରୀ ରେଡ୍ଡୀ କହିଛନ୍ତି । ତାଙ୍କ କହିବାନୁଯାୟୀ ସେ ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ଭିତରେ ଅନ୍ତର ଦେଖିବାକୁ ଚାହୁଁଛନ୍ତି ।