ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଜଗନ ମୋହନ ରେଡ୍ଡୀ । ସେ ରାଜ୍ୟବାସୀଙ୍କୁ ବଡ ଅଫର ଦେଇଛନ୍ତି । ଯାହାଦ୍ୱାରା ସେମାନଙ୍କୁ ଖୁବ୍ ଫାଇଦା ମିଳିବ । ପ୍ରକୃତରେ ଆନ୍ଧ୍ରପ୍ରଦେଶ ଭାରତର ପ୍ରଥମ ଏଭଳି ରାଜ୍ୟ ହୋଇ ଯାଇଛି । ଯେଉଁଠି ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ କମ୍ପାନୀ ଏବଂ କାରାଖାନାରେ ୭୫ ପ୍ରତିଶତ ଚାକୀରୀକୁ ସଂରକ୍ଷଣ କରାଯାଇଛି । ଯଦି ଏହି କମ୍ପାନୀଙ୍କୁ ସରକାରଙ୍କ ଠାରୁ କୌଣସି ସହଯୋଗ ନମିଳେ ତାପରେ ବି ଏହାଉପରେ ଏହି ନିୟମ ଲାଗୁ ହେବ ।
ସୋମବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆନ୍ଧ୍ରପ୍ରଦେଶ ସ୍ଥାନୀୟ ଆଶାୟୀ କାରଖାନାରେ ରୋଜଗାର ଅଧିନିୟମ କୁ ପାସ୍ କରାଯାଇଛି । ଏହି ଅଧିନିୟମ ଅନୁଯାୟୀ ସମସ୍ତ ଶ୍ରେଣୀର ଘରୋଇ ଚାକିରୀରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ସିଟ୍ ସଂରକ୍ଷଣ ହୋଇଯାଇଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ, ମିଳିତ ଉଦ୍ଦ୍ୟୋଗ, ପିପିପି ମୋଡରେ ହେଉଥିବା ଶିଳ୍ପରେ ଏହି ନିୟମ ଲାଗୁ ହେବ ।
ଦୀର୍ଘ ଦିନ ହେବ ଅନେକ ରାଜ୍ୟ ଘରୋଇ ଚାକିରୀକୁ ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷଣର ଦାବି କରିଥିଲେ । କିନ୍ତୁ ଏଯାଏଁ ଏହାକୁ କୌଣସି ବ୍ୟକ୍ତି ଲାଗୁ କରି ନାହାନ୍ତି । ସେପଟେ ମଧ୍ୟପ୍ରଦେଶ ସରକାର ପକ୍ଷରୁ ଜୁଲାଇ ୯ ଘୋଷଣା କରାଯାଇଥିଲା କି ସେ ଏକ ନିୟମ ଆଣିବେ ଯେଉଁଥିରେ ୭୦ ପ୍ରତିଶତ ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷଣ ହୋଇ ରହିବ ।