ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଧାନସଭା ପରିଷଦକୁ ଶେଷ କରିବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ଜଗନ ମୋହନ ରେଡ୍ଡୀ ସରକାରଙ୍କ କ୍ୟାବିନେଟ୍ । ଏନେଇ ୱାଇଏସଆର କଂଗ୍ରେସର ବିଧାୟକ ଗୁଡିବାଡା ଅମରନାଥ ସୂଚନା ଦେଇଛନ୍ତି । ସୋମବାର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
କ୍ୟାବିନେଟ୍ ବୈଠକ ପରେ ଆଜିଠାରୁ ବିଧାନସଭାର ବିଶେଷ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ବିଧାନସଭା ଶେଷ କରିବାକୁ ନେଇ ଚର୍ଚ୍ଚା ହେବ ।
ରିପୋର୍ଟ ମୁତାବକ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ଅଧ୍ୟକ୍ଷ ନାରା ଚନ୍ଦ୍ରବାବୁ ନାଇଡୁଙ୍କ ବିଧାୟକ ବିଧାନସଭା ଅଧିବେଶନ ବହିଷ୍କାରର ନିଷ୍ପତି ନେଇଛନ୍ତି । ରବିବାର ଦିନ ନାଇଡୁ ତାଙ୍କ ବିଧାୟକଙ୍କ ସହ ବସି ବୈଠକ କରିଥିଲେ । ଯେଉଁଥିରେ ସ୍ପଷ୍ଟ ହୋଇଥିଲା କି ପାର୍ଟିର ୨୧ ବିଧାୟକ ଅଧିବେଶନର ବହିଷ୍କାର କରିବେ ।
ଆନ୍ଧ୍ର ବିଧାନ ପରିଷଦରେ ୫୭ ସଦସ୍ୟ ରହିଛନ୍ତି । ଜଗନମୋହନ ରେଡ୍ଡୀଙ୍କ ହାତରେ ସତ୍ତାର ଚାବି ରହିଛି କିନ୍ତୁ ବିଧାନ ପରିଷଦରେ ଚନ୍ଦ୍ରବାବୁଙ୍କ ପାଖରେ ବହୁମତ ରହିଛି । ଟିଡିପି ର ୨୭ ସଦସ୍ୟ ଏବଂ ୱାଇଏସଆର କଂଗ୍ରେସର ୯ ବିଧାୟକ ରହିଛନ୍ତି ।