ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବେଜେଲ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀ ମଣ୍ଡଳକୁ ଶପଥ ପାଠ କରାଇଛନ୍ତି । କେଜ୍ରିୱାଲଙ୍କ ସମେତ ୬ ଜଣ ବିଧାୟକ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି କେଜ୍ରିୱାଲ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଏହି ବିଜୟ ମୋର ନୁହେଁ । ବିଜୟ ପୁରା ଦିଲ୍ଲୀ ବାସୀଙ୍କର । ଯିଏ ମୋତେ ଭୋଟ ଦେଇଛନ୍ତି ଏବଂ ନ ଦେଇଛନ୍ତି ମୁଁ ଏବେ ସମସ୍ତଙ୍କ ମୁଖ୍ୟମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ସହିତ ଆମେ ମିଶିକି କାମ କରିବୁ । ଦିଲ୍ଲୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଦରକାର ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଆଜିର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଏନେଇ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପଠାଯାଇଥିବା ନେଇ ଆମ ଆଦମି ପାର୍ଟି ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।
Congratulations to AAP and Shri @ArvindKejriwal Ji for the victory in the Delhi Assembly Elections. Wishing them the very best in fulfilling the aspirations of the people of Delhi.
— Narendra Modi (@narendramodi) February 11, 2020
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆମ ଆଦମି ଦଳ ଦିଲ୍ଲୀର ୭୦ ଟି ବିଧାନସଭା ଆସନରୁ ୬୨ ଟିରେ ବିଜୟ ଲାଭ କରି ସରକାର ଗଢିଛି ।