ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ସରଗରମ । ଏହାସହିତ ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାର ମଧ୍ୟ ଆରମ୍ଭ ହୋଇଗଲାଣି । ଭୋଟ ପାଇଁ ଏବେ ଲୋକଙ୍କ ଘରେ ଘରେ ପଇନ୍ତରା ମାରୁଛନ୍ତି ନେତା ଓ ମନ୍ତ୍ରୀ । ଇତିମଧ୍ୟରେ ଶୁକ୍ରବାର ଗୃହମନ୍ତ୍ରୀ ଏକ ରୋଡ ସୋ’ ରେ ସାମିଲ ହେବା ପରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ରାତ୍ରି ଭୋଜନ କରିଥିଲେ । ଏନେଇ ସେ ଟ୍ୱିଟ୍ ଜରିଆରେ ଜଣାଇଛନ୍ତି ।
यमुना विहार, दिल्ली के अपने कार्यकर्ता मनोज जी के यहाँ भोजन किया। उनके परिवार की आत्मीयता व आतिथ्य के लिए हृदय से आभार व्यक्त करता हूँ।
भाजपा एक राजनीतिक दल नहीं एक परिवार है, जिसका हर सदस्य इसकी असली शक्ति है। हम सभी को मिलकर सशक्त भाजपा-सशक्त भारत की कल्पना को साकार करना है। pic.twitter.com/ODd32etH2n
— Amit Shah (@AmitShah) January 24, 2020
ଶାହାଙ୍କ ଟ୍ୱିଟ୍ କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲ ତାଙ୍କୁ ଟାର୍ଗେଟ କରିବା ସହ ତେରଛା ବାଣ ମାରିଛନ୍ତି । ସେ ଶାହା ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କିଛି ପ୍ରଶ୍ନ କରିଛନ୍ତି ଏବଂ ଦିଲ୍ଲୀର ଦୁଇ କୋଟି ଲୋକଙ୍କୁ ନିଜ ପରିବାର ବୋଲି କହିବା ସହ ସେ ପରିବାରର ବଡ ପୁଅ ବୋଲି କହିଛନ୍ତି ।
ଶାହାଙ୍କ ଟ୍ୱିଟ୍ ର ଜବାବ ଦେଇ କେଜ୍ରିୱାଲ ଲେଖିଛନ୍ତି, ଆପଣ ବିଜେପି ସମର୍ଥକଙ୍କଚ ନିହାତି ରୁପେ ପଚାରିବେ କି ୫ ବର୍ଷ କାଳ ସେମାନଙ୍କ ପିଲାଙ୍କ ପାଠ ପଢା କିଏ ବୁଝୁଥିଲା । ସେମାନଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା କିଏ ଯୋଗାଇ ଦେଉଥିଲା । ଯେତେବେଳେ ଆପଣ ସବୁକିଛି ମହଙ୍ଗା କରିଦେଲେ ସେହି ସମୟରେ ସେମାନଙ୍କର ବିଦ୍ୟୁତ୍ ଓ ପାଣି ମାଗଣା କରି କିଏ ତାଙ୍କୁ ଆପଣାଇଥିଲା । ଏ ସମସ୍ତେ ମୋ ଦିଲ୍ଲୀ ପରିବାରର ଲୋକ । ମୁଁ ଏମାନଙ୍କର ବଡ ପୁଅ ଭାବେ ଧ୍ୟାନ ରଖିଛି ।
आप भाजपा समर्थकों से ज़रूर पूछिएगा 5 साल उनके बच्चों की पढ़ाई का ख्याल किसने रखा,उनके लिए 24 घंटे बिजली किसने की,जब आपने इतनी महंगाई कर दी तो उनके बिजली पानी बस यात्रा फ़्री करके किसने उन्हें गले लगाया? ये सब मेरे दिल्ली परिवार के लोग हैं सर,मैंने इनका बड़ा बेटा बनके ख्याल रखा है https://t.co/7SPUk1s1ZW
— Arvind Kejriwal (@ArvindKejriwal) January 25, 2020
ସେ ଆହୁରି ମଧ୍ୟ କହିଛନ୍ତି , ସାର୍ ଆପଣଙ୍କର ନିର୍ବାଚନ ପୂର୍ବରୁ ନିଜର ଗରଜ ପାଇଁ ସେମାନଙ୍କର ମନେ ପଡିଲା । ଆମେ ସମସ୍ତେ ୨ କୋଟି ଦିଲ୍ଲୀବାସୀଙ୍କ ଗୋଟେ ପରିବାର ଭଳି । ୫ ବର୍ଷରେ ଆମେ ସମସ୍ତେ ଏକାଠି ମିଶି ଦିଲ୍ଲୀକୁ ବଦଳାଇଛୁ ।