ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜାନୁଆରୀ ୩୧ରେ ଓଡିଶା ଆସିବେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ । ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ସେପଟେ ଦଳୀୟ କାର୍ଯ୍ୟାଳୟରେ ଯୋଗ ଦେବା ସହ ବିଜେଡି ସୁପ୍ରିମୋକୁ ଭେଟିବେ ଅରବିନ୍ଦ କେଜରିୱାଲ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପ ମୁଖ୍ୟ ନବୀନଙ୍କୁ ଭେଟିବା ଦ୍ୱାରା ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ପରିବର୍ତ୍ତନ ହେବ ସାଧାରଣରେ ଚର୍ଚ୍ଚା ଚାଲିଛି ।
ନିକଟରେ କୋଲକାତାରେ ବିଜେପି ସରକାର ବିରୋଧରେ ଏକ ହୋଇଥିଲେ ଆଞ୍ଚଳିକ ଦଳ । ତେବେ ଏହି ମହମେଣ୍ଟରେ ଯୋଗ ଦେଇନଥିଲେ ନବୀନ । ସେପଟେ ନବୀନ ମଧ୍ୟ ମହାମେଣ୍ଟରେ ସାମିଲ ଅଛନ୍ତି ବୋଲି ମମତା କହିଥିଲେ । ମହାମେଣ୍ଟରେ ମୋଦି ବିରୋଧରେ କେଜରିୱାଲ ମଧ୍ୟ ମୁଖ୍ୟ ପୁରୋଧା ଭାବରେ କାମ କରୁଛନ୍ତି । ଏଣୁ ଅରବିନ୍ଦ ନବୀନଙ୍କ ଦେଖା କରୁଥିବାରୁ ଚର୍ଚ୍ଚା ଜୋର ଧରିଛି । କାରଣ ନବୀନ ଚିହ୍ନା ନପଡି ଭିତରେ ମେଣ୍ଟରେ ସାମିଲ ଥିବା ଅଭିଯୋଗ କରିଛି ବିଜେପି । ଏପଟେ ବିଜେଡି କହିଛି ସମ୍ବିଧାନ ନୀତି ଅନୁଯାୟୀ ଜଣେ ମୁଖ୍ୟମନ୍ତ୍ରୀ ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେବା କିଛି ନୂଆ କଥା ନୁହେଁ ।