ଲୋକସଭା ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ଇତି ମଧ୍ୟରେ ରାଜନୈତିକ ଦଳମାନେ ନିଜ ନିଜର ପ୍ରାଥମିକତା ଦୃଢ କରିବାରେ ଲାଗିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରାକରଙ୍କ ପକ୍ଷରୁ ମତଦାତାଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ଯୋଜନାମାନ ଘୋଷଣା କରାଯାଉଛି । ଯେଉଁଥିରେ ଚାଷୀଙ୍କ ଋଣଛାଡ ଠାରୁ ନେଇ ଆୟ ସହାୟତା ଦେବା ଏବଂ ବେରୋଜଗାରିଆଙ୍କୁ ଭତ୍ତା ଠୁ ନେଇ ସୁନା ଦେବା ଯାଏଁ ସାମିଲ ଅଛି ।
ବିଜେପି ଶାସନରେ ଥିବା ଆସାମ ସରକାରର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ବୁଧବାର ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା ଦେବେ ବୋଲି ଘୋଷଣା କରିଛନ୍ତି । ଏହି ସୁନା ସେହି ବଧୂକୁ ଦିଆଯିବ ଯାହାଙ୍କ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ । ଏହାସହିତ ଉଚ୍ଚମାଧ୍ୟମିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଝିଅମାନଙ୍କୁ ଇ-ବାଇକ୍ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଏହାବ୍ୟତିତ ଚଳିତ ବର୍ଷ ଶିକ୍ଷା ଋଣ ଉପରେ ୫୦ ହଜାର ଟଙ୍କାର ୱାନ୍ ଟାଇମ୍ ସବସିଡି ମିଳିବ ।
ମଧ୍ୟପ୍ରଦେଶ ସରକାର କମଳନାଥ ଗୁରୁବାର ବେରୋଜଗାରୀଙ୍କ ପାଇଁ ପ୍ରତି ମାସରେ ୪ ହଜାର ଟଙ୍କା ଭତ୍ତା ଦେବେ ବୋଲି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ସରକାର ଆଉ ଏକ ଯୋଜନା ଘୋଷଣା କରିବେ, ଯାହାଦ୍ୱାରା ସହରରେ ଥିବା ଯବକମାନଙ୍କୁ ୧୦୦ ଦିନ ମଧ୍ୟରେ ରୋଜଗାରର ଗ୍ୟାରେଣ୍ଟି ଦିଆଯିବ ।
ନିର୍ବାଚନ ସମୟରେ କର ଏଭଳି ଏକ ବିଷୟବସ୍ତୁ ଯାହାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ବଢେଇବାକୁ ଚାହୁଁନାହାନ୍ତି । ନିକଟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ବର୍ଷକୁ ୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କଠାରୁ କର ମୁକ୍ତ କରିଦିଆଯାଇଛି ।
ଅନେକ ରାଜ୍ୟରେ ନର୍ବାଚନ ପୂର୍ବରୁ କୃଷି ଋଣ ଛାଡ କରି ଦିଆଯିବା ସହ ବିଶେଷ ପ୍ୟାକେଜ୍ ଘୋଷଣା କରାଯାଇଛି । ଓଡିଶା ଏବଂ ଝାରଖଣ୍ଡ ଆୟ ସମର୍ଥନ କରୁଛି । ସେପଟେ ତେଲେଙ୍ଗାନାର ରାୟଥୁ ବନ୍ଧୁ ଏବଂ ଓଡିଶାର କାଳିଆ ଯୋଜନା ବର୍ଷକୁ ଖର୍ଚ୍ଚ ୨୨ ହଜାର କୋଟି । ସେହିପରି ରାଜସ୍ଥାନରେ ବେରୋଜଗାରୀଙ୍କୁ ଦେବାକୁ ଥିବା ଭତ୍ତା ଅଶୋକ ଗେହଲଟ ସରକାରଙ୍କ ଉପରେ ୫୨୫ କୋଟିର ବୋଝ । ପଶ୍ଚିମବଙ୍ଗରେ ପ୍ରତିମାସରେ ବେରୋଜଗାରୀଙ୍କ ଭତ୍ତା ୧୫୦୦ ଟଙ୍କା । ସେହିପରି ହରିଆଣାରେ ୯୦୦ ରୁ ୧୫୦୦ ଟଙ୍କା ଦିଆଯାଉଛି । କେରଳରେ ବର୍ଷକୁ ଏହି ରାଶି ୧୪୪୦ ଟଙ୍କା ରହିଛି ।