ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ଅଶୋକ କୁମାର ୱାଲିୟାଙ୍କ ପରଲୋକ ଘଟିଛି । ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି ।
ଶିଲା ଦିକ୍ଷୀତ ସରକାରରେ ୧୫ ବର୍ଷ ଦିଲ୍ଲୀର ମନ୍ତ୍ରୀ ଥିଲେ ଅଶୋକ କୁମାର । ସେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।
୧୯୪୮ ମସିହା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅଶୋକ । ୧୯୭୨ ମସିହାରେ ଇନ୍ଦୋରର ଏମଜିଏମ ମେଡିକାଲ କଲେଜରୁ ସେ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ ।