ନୂଆଦିଲ୍ଲୀ (ଏଟିଆରେ): ପୂରା ଫୋକସରେ ରହିଛି ଚଳିତ ଲୋକସଭା ନିର୍ବାଚନ ୨୦୧୯ । କେଉଁ ଦଳ ଅଧିକ ଭୋଟ ହାତେଇ ସତ୍ତାକୁ ଆସିବ ସେନେଇ କଷରତ ମଧ୍ୟ ଚାଲିଛି । ଏହାସହିତ ବିଭିନ୍ନ ଦଳ ପକ୍ଷରୁ ମତଦାତାଙ୍କୁ ପ୍ରଲୋଭିତ କରାଯାଉଛି । ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ବିଜେପି ପକ୍ଷରୁ ଟଙ୍କା ଏବଂ ମଦ ବଣ୍ଟା ଯାଉଛି ବୋଲି ନିର୍ବାଚନ ଆୟୋଗରେ କଂଗ୍ରେସ ଅଭିଯୋଗ କରିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲୋକସଭାର ପାଞ୍ଚୋଟି ସିଟ୍ ରେ ଭୋଟି ଚାଲିଛି ।
ଏହି ଅଭିଯୋଗ ଆସାମ ପ୍ରଦେଶ କଂଗ୍ରେସ କମିଟି ମହାସଚିବ ଦିଗାଂତା ଚୌଧୁରୀ କରିଛନ୍ତି । ମିଡିଆ ରିପୋର୍ଟ ମୁତାବକ ଭାରତୀୟ ନିର୍ବାଚନ ଆୟୋଗରେ କରିଥିବା ଅଭିଯୋଗରେ ଦିଗାଂତା କହିଛନ୍ତି କି ଆସାମ ପ୍ରଦେଶ କଂଗ୍ରେସ ସମିତିର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଉପରେ ମୁଁ ଏପିସିସି ପକ୍ଷରୁ ଆପଣଙ୍କ ଧ୍ୟାନ ଅସମରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଜେପି ନେତା ଦ୍ୱାରା ଆଚାର ସଂହିତା ଉଲ୍ଲଘଂନ ଆଡକୁ ନେବାକୁ ଚାହୁଁଛି ଏବଂ ଏହି ମାମଲାରେ ଆପଣମାନେ ଦଖଲ କରନ୍ତୁ ବୋଲି ଅନୁରୋଧ କରୁଛି ।
ଚୌଧୁରୀ ତାଙ୍କ ଅଭିଯୋଗରେ ଆରୋପ ଲଗାଇଛନ୍ତି କି, ବିଜେପିର କୌଣସି ନେତା , ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ କାର୍ଯ୍ୟକର୍ତ୍ତା ମଙ୍ଗଳବାର ସନ୍ଧ୍ୟାରୁ ପାଞ୍ଚଟି ନିର୍ବାଚନ ଅଞ୍ଚଳରେ ମତଦାତାଙ୍କ ମଧ୍ୟରେ ଖୁଲମଖୁଲା ମଦ ଏବଂ ଟଙ୍କା ବାଣ୍ଟୁଛନ୍ତି ।