ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇରୁ ଅଧିକ ଛୁଆ ଥିବା ବ୍ୟାଙ୍କିଙ୍କୁ ଆଉ ସରକାରୀ ଚାକିରୀ ମିଳିବ ନାହିଁ । ଏନେଇ ଆସାମ ମନ୍ତ୍ରୀମଣ୍ଡଳ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ଆଜ୍ଞା ହଁ ୧, ଜାନୁଆରୀ ୨୦୨୧ ପରେ ଏହି ନିୟମ ଲାଗୁକରାଯିବ । ଯେଉଁ ବ୍ୟକ୍ତିଙ୍କର ଦୁଇରୁ ଅଧିକ ଛୁଆ ଥିବେ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ । ଗତକାଲି କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ଜନସମ୍ପର୍କ ପ୍ରକୋଷ୍ଠ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞାପନରେ କୁହାଯାଇଛି କି , ଛୋଟ ପରିବାର ମାନକ ଅନୁଯାୟୀ ୧ ଜାନୁଆରୀ ୨୦୨୧ ରୁ ଯେଉଁ ବ୍ୟକ୍ତିଙ୍କର ଦୁଇରୁ ଅଧିକ ଛୁଆ ଥିବ ସେମାନଙ୍କୁ ସରକାରୀ ଚାକିରୀ ଦିଆଯିବ ନାହିଁ ।
ଏହି ନୂତନ ନିୟମ ଅନୁଯାୟୀ , ଏହା କେବଳ ଚାକିରୀ ଦେଲା ସମୟରେ ଧ୍ୟାନ ରଖାଯିବ ତାହା ନୁହେଁ ବରଂ ଏହି ନିତିକୁ ଚାକିରୀ ଶେଷ ପର୍ଯ୍ୟନ୍ତ ଧ୍ୟାନରେ ରଖାଯିବ । ଯଦି କୌଣସି ବ୍ୟକ୍ତିଙ୍କର ଚାକିରୀ କାଳ ଭିତରେ ଦୁଇରୁ ଅଧିକ ଛୁଆ ହୁଏ ତେବେ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇପାରେ ।