ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଖୁବ୍ ଶୀଘ୍ର ହୋଇପାରେ ବିଧାନସଭା ନିର୍ବାଚନ । ଏନେଇ ଗୁରୁବାର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ସଂକେତ ଦେଇଛନ୍ତି । ଏହି ସଂକେତ ଦେବା ପରେ ଜାମ୍ମୁ-କାଶ୍ମୀରର ରାଜନୀତି ସରଗରମ ହୋଈପାରେ ବୋଲି ମଧ୍ୟ ସଂକେତ ଦେଇଛନ୍ତି ମୁର୍ମୁ ।
ରିୟାସୀ ଜେଲ୍ ର ତଲୱାଡାରେ ପାସିଂ ଆଉଟ ପରେଡ ଅବସରରେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି, ଖୁବ୍ ଶୀଘ୍ର କାଶ୍ମୀରରେ ବିଧାନସଭା ନିର୍ବାଚନ କରିବା ପ୍ରକ୍ରିୟା ଆରମ୍ଭ କରାଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି, କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ନିର୍ବାଚନ କରିବା ନିହାତି ଆବଶ୍ୟକ ।