ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ , ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ବାଜପେୟୀଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
Delhi: PM Narendra Modi and President Ramnath Kovind pay tribute to former PM Atal Bihari Vajpayee on his birth anniversary pic.twitter.com/OkvWyzboHN
— ANI (@ANI) December 25, 2019
ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀରେ ଭାଷାରେ ଏକ ମିନିଟ୍ ର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓରେ ମୋଦି କହିଛନ୍ତି ଯେତିକି ଶକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣରେ ରହିଥିଲା, ହୁଏତ ତାଠାରୁ ଅନେକ ଗୁଣା ଶକ୍ତି ତାଙ୍କ ମନରେ ରହିଥିଲା । ୧୯୨୪ ମସିହା ଆଜିର ଦିନରେ ଅଟଳ ବିହାରୀ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ ।
ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି କି,ବାଜପେୟୀଙ୍କ ରାଷ୍ଟ୍ରବାଦୀ ଭାବନା, ଦାଗହୀନ ଛବି ଏବଂ ରାଷ୍ଟ୍ରସମର୍ପିତ ଜୀବନରେ ଭାରତୀୟ ରାଜନୀତିରେ ଏକ ସୁନ୍ଦର ଛାପ ଛାଡି ଯାଇଛନ୍ତି । ବିଚାରଧାରା ଏବଂ ସିଦ୍ଧାନ୍ତ ଉପରେ ଆଧାରିତ ଅଟଳ ଜୀଙ୍କ ନେତୃତ୍ୱରେ ଦେଶର ସୁଶାସନକୁ ଚରିତାର୍ଥ ହୋଇଥିବା ଦେଖିଛି ।