ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଏବଂ ଜମୀୟତ-ଉଲମା-ଏ-ହିନ୍ଦ ର ରାଜ୍ୟ ଅଧ୍ୟକ୍ଷ ସିଦ୍ଦିକଉଲ୍ଲା ଚୌଧୁରୀ ଦାବି କରିଛନ୍ତି କି ବାଂଲାଦେଶ ଯିବା ଲାଗି ତାଙ୍କୁ ବାଂଲାଦେଶର ଉପ ଉଚ୍ଚଆୟୋଗ ପକ୍ଷରୁ ଭିଜା ମିଳିଲା ନାହିଁ । ଡିସେମ୍ବର ୨୬ ରୁ ୩୧ ତାରିଖ ଯାଏଁ ବାଂଲାଦେଶ ଯାତ୍ରା କରିବା ପାଇଁ ଯୋଜନା କରିଥିଲେ ଚୌଧୁୁରୀ ।
ଏନେଇ ସେ କହିଛନ୍ତି କି, ମୁଁ ପାଞ୍ଚ ଦିନର ଯାତ୍ରା ପାଇଁ ଡିସେମ୍ବର୧୨ ଏବଂ ୧୩ ରେ ଭିଜା ଆବେଦନ କରିଥିଲି । ବାଂଲାଦେଶର ଏକ କାର୍ଯ୍ୟକ୍ରମକୁ ସମ୍ବନ୍ଧିତ କରିବା ପାଇଁ ମୋତେ ଆମନ୍ତ୍ରିତ କରାଯାଇଥିଲା । ଏହାସହିତ ସେଠାରେ ମୋର କିଛି ବ୍ୟକ୍ତିଗତ କାମ ମଧ୍ୟ ଥିଲା । କିନ୍ତୁ ମୋତେ ଏପର୍ଯ୍ୟନ୍ତ ଭିଜା ମିଳିଲା ନାହିଁ ।