ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଥାଇଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଆଦିତ୍ୟ ବିର୍ଲା ଗୃପ ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ଆର୍ଥିକ ମୋର୍ଚ୍ଚା ଉପରେ ନିଜର ଉପଲବ୍ଧତାକୁ ବଖାଣିଛନ୍ତି । ମୋଦି କହିଛନ୍ତି କି ବର୍ଷ ସାରା ଗରିବଙ୍କ ଉପରେ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ବାସ୍ତବରେ ଟଙ୍କା ଗରିବଙ୍କ ପାଖରେ ପହଁଚି ପାରି ନାହିଁ । ସିଧା ବ୍ୟାଙ୍କ ଟ୍ରାନ୍ସଫର ପ୍ରକ୍ରିୟାକୁ ଆମ ସରାକର ବଦଳାଇଛି । ଏହି ଅବସରରେ ସେ ଥାଇଲାଣ୍ଡର ନାଗରିକଙ୍କୁ ଭାରତରେ ନିବେଶ ଏବଂ ବାଣିଜ୍ୟ କରିବାକୁ ନିମନ୍ତ୍ରଣ କରିବା ସହ କହିଛନ୍ତି କି ଭାରତକୁ ଆପଣଙ୍କର ଅପେକ୍ଷା ରହିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତ ଏବେ ୫ ଟ୍ରିଲିୟନ ଆମେରିକା ଡଲାରର ଅର୍ଥବ୍ୟବସ୍ଥା ହେବାର ସ୍ୱପ୍ନ ଦେଖୁଛି । ପ୍ରକୃତରେ ୨୦୧୪ ରେ ଅର୍ଥବ୍ୟବସ୍ଥା କେବଳ ୨ ଟ୍ରିଲିୟନ ଆମେରିକି ଡଲାର ଥିଲା । ଥାଇଲାଣ୍ଡର ପଶ୍ଚିମ ତଟ ବନ୍ଦର ଏବଂ ଭାରତର ପୂର୍ବ ତଟ ବନ୍ଦର ମଧ୍ୟରେ ସିଧାସଳଖ ସଂଯୋଗ ଆମ ଆର୍ଥିକ ପାର୍ଟନରସିପ୍ କୁ ବଢାଇବ । ଦୁଇ ଦେଶ ମଧ୍ୟରେ ଦୃଢ ସାଂସ୍କୃତିକ ସମ୍ବନ୍ଧ ରହିଛି । ମୁଁ ପୂରା ଆତ୍ମବିଶ୍ୱାସର ସହ କହୁଛି କି ଏହା ଭାରତରେ ରହିବାର ସବୁଠାରୁ ଭଲ ସମୟ । ଏଠାରେ ଅନେକ ଜିନିଷ କରାଯାଉଛି । ଏହାସହିତ ଏଠାରେ ବାଣିଜ୍ୟ କରିବା ସହଜ, ଜୀବନଯାପନ ସହଜ, ବୈଦେଶିକ ନିବେଶ ଆଦି ବୃଦ୍ଧି ହେଉଛି । ଗତ ୫ ବର୍ଷ ମଧ୍ୟରେ ଭାରତ ଅନେକ କ୍ଷେତ୍ରରେ ସଫଳତା ହାସଲ କରୁଛି ।