ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନଭେମ୍ବର ୧୬ ରେ ବିହାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ନୀତିଶ କୁମାର । ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରେ କୌଣସି ପ୍ରକାରର ନିଷ୍ପତି ହୋଇନାହିଁ । ବିହାର ନିର୍ବାଚନରେ ଏନଡିଏ ୧୨୫ ସିଟ୍ ରେ ଜିତି ବହୁମତ ହାସଲ କରିଛି ।
ନିର୍ବାଚନ ଫଳଫଳ ପରେ ବିହାରରେ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ବିହାରରେ ପୁଣିଥରେ ନୀତିଶ କୁମାରଙ୍କ ନେତୃତ୍ୱରେ ବିକାଶର ସଂକଳ୍ପକୁ ସିଦ୍ଧ କରିବା ।
ଲମ୍ବା ସମୟ ପର୍ଯ୍ୟନ୍ତ ବିହାରରେ ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର ଆଗାମୀ ସପ୍ତାହରେ ଶପଥ ଗ୍ରହଣ କରିପାରନ୍ତି । ଏହାପୂର୍ବରୁ ନଭେମ୍ବର ଶେଷ ସୁଧା ବର୍ତ୍ତମାନ ସରକାରର କାର୍ଯ୍ୟକାଳ ସମାପ୍ତ ହେବାକୁ ନେଇ ରାଜ୍ୟପାଳଙ୍କୁ ଇସ୍ତଫା ପଠାଇ ପାରନ୍ତି ।