ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜିଠୁ ଆରମ୍ଭ ହେବ ବିଜେପିର ମହା ଅଧିବେଶନ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ଖସଡା ପ୍ରସ୍ତୁତ କରିବ ଦଳ । ଏଣୁ ଏନେଇ ଆଜିଠାରୁ ଦୁଇ ଦିନ ଧରି ବଜେପିର ଜାତୀୟ ବୈଠକ ବସିବ । ଏହି ବୈଠକକୁ ଉଦଘାଟନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସଭାର ଉଦଘାଟନୀ ଭାଷଣ ଦେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ।
ଏହି ବୈଠକରେ ବିଜେପିର ବହୁ ତୁଙ୍ଗ ନେତାମାନେ ଯୋଗ ଦେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ସଂସଦୀୟ ବୋର୍ଡ, ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ, ରାଷ୍ଟ୍ରୀୟ ପରିଷଦର ସଦସ୍ୟ, ମେୟର ଓ ଜିଲ୍ଲାସ୍ତରୀୟ ନେତା ଯୋଗଦେବେ । ତେବେ ଏହି ବୈଠକରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୩ ହଜାର ନେତା ଉପସ୍ଥ୍ିତ ରହିବେ । ଦଳିୟ ନେତାଙ୍କୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ କର୍ଣ୍ଣ ମନ୍ତ୍ର ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପୁନର୍ବାର ସରକାର ଗଠନ କରିବା ଲକ୍ଷରେ ଦଳର କର୍ମୀକୁ ଅମିତ ଶାହା ପଢ଼ାଇବେ ଗଣିତ । ସେପଟେ ନିକଟରେ ତିନୋଟି ରାଜ୍ୟରେ ବିଜେପିର ପରାଜୟ ପରେ ବିଜେପି ଭୟଭିତ ହୋଇ ପଡିଥିବା କହିଛି କଂଗ୍ରେସ ।